ଜ୍ଞାନଦେବୀ ନର୍ସିଂ ସ୍କୁଲ ରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

ଗରଦପୁର, ୦୭/୦୮/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଜ୍ଞାନଦେବୀ ନର୍ସିଂ ସ୍କୁଲ ପରିସରରେ ବିଶ୍ୱସ୍ତନ୍ୟପାନ ସପ୍ତାହ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠାନର ଉପାଧ୍ୟକ୍ଷା ଦୀପ୍ତିବାଳା ନାୟକ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ବିଶ୍ୱରଂଜନ ରାଉତ ଯୋଗଦେଇ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।

ଶିଶୁ ପାଇଁ ମା କ୍ଷିର ହିଁ ସର୍ବୋତ୍କୃଷ୍ଟ ଖାଦ୍ୟ । ଏହା ଶିଶୁର ସମସ୍ତ ଆବଶ୍ୟକତାକୁ ଠିକ୍ ଭାବେ ପୂରଣ କରିଥାଏ । ଏହାଦ୍ୱାରା ଶିଶୁର ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶ ହେବା ସହିତ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଅପର ପକ୍ଷରେ ମା ସ୍ତନ୍ୟପାନ କରାଇଲେ ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ ହେବାର ସମ୍ଭାବନା କମିଯାଇଥାଏ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା , ଅଧ୍ୟାପକ ଅନାଦି ଚରଣ ବେଉରା ଯୋଗଦେଇ ସ୍ତନ୍ୟପାନ ସପ୍ତାହର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବ ପରିଚାଳନାରେ ଅଧ୍ୟାପିକା ପ୍ରତି ପ୍ରିୟଦର୍ଶିନୀ ବେହେରା, ମୌସୁମୀ ପ୍ରିୟଦର୍ଶିନୀ, ସୋନାଲିକା ସାମଲ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ମନସିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନର୍ସିଂ ସ୍କୁଲ ର ସମସ୍ତ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *