ଯାଜପୁର ଜିଲ୍ଲା ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ମହାସଂଘର  ବୈଠକ

ଯାଜପୁର ,୦୯/୦୧/୨୦୨ ୪ (ଓଡ଼ିଶା ସମାଚାର /ସୁରେଶ କୁମାର କର)- ଯାଜପୁର ଜିଲ୍ଲା ବହୁମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଏକ ଜରୁରୀ କାଳୀନ ବୈଠକ ପାଣିକୋଇଲି ପଥରପଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ବୈଠକରେ ଜିଲ୍ଲାର ଦଶଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି କରାଯାଇଥିବା କ୍ୟାଡ଼ର ରିଷ୍ଟ୍ରକଚର୍  ଦାବି କୁ ବିଭିନ୍ନ ଜିଲ୍ଲାର ମିଳିତ ମହାସଂଘ ଏବଂ ରାଜ୍ୟ ମିଳିତ ମହାସଂଘର ସହଯୋଗ କ୍ରମେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଉକ୍ତ ଦାବିକୁ ଯଥାର୍ଥ ଭବେ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗତ ନଭେମ୍ବର ମାସରେ ଅନୁମୋଦନ କରିଥିଲେ। ସେଥିପାଇଁ ଜିଲ୍ଲାର ମିଳିତ ମହାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଜିଲ୍ଲାର ମିଳିତ ମହାସଂଘ କିଛିଦିନ ହେବ ଅଚଳ ଅବସ୍ଥାରେ ରହିଥିଲା। ଏହି ବୈଠକ ରେ ନୂତନ କାର୍ଯ୍ୟକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା। ସଭାପତି ଭାବେ ଯଶୋଲିନ ଜେନା,କାର୍ଯ୍ୟକାରୀ ସଭାପତି ଭାବେ ସରୋଜ କୁମାର ନାଥ,ଉପସଭାପତି ଭାବେ ଚନ୍ଦ୍ରମଣି ମଲ୍ଲିକ, ସମ୍ପାଦକ ଭାବେ ରମାକାନ୍ତ ବାରିକ, ଯୁଗ୍ମ ସମ୍ପାଦକ ଭାବେ ପ୍ରଜ୍ଞା ପାରମିତା ବଳ, ମିଡ଼ିଆ ସେକ୍ରେଟାରୀ ଭାବେ ସୁଶାନ୍ତ କୁମାର ସେନାପତି ଓ ଜିତେନ୍ଦ୍ର ମୁଖୀ, କୋଷାଧକ୍ଷ ଭାବେ ଜିତେନ୍ଦ୍ର ଖଣ୍ଡାଇ ଓ ଉପଦେଷ୍ଟା ଭାବେ ଭ୍ରମରବର ମଲିକ,ଧର୍ମେନ୍ଦ୍ର ଓଝା,ଅଶ୍ଵିନୀ କୁମାର ଖୁଣ୍ଟିଆ,ଅନିଲ ରଥ,ଉଦୟନାଥ ମଲିକ,ନଳିନୀ ପ୍ରଭା ସାମଲ ଙ୍କ ସମେତ ଅନ୍ୟମାନଙ୍କ ନାମ ଘୋଷଣା କରାଯାଇଥିଲା।  ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ଙ୍କ ସମସ୍ୟାକୁ ମିଳିତ ମହାସଂଘ ଏକମନ ହୋଇ ସମାଧାନ କରିବା ଦିଗରେ ଓ ଲୋକମାନଙ୍କ ପାଇଁ କର୍ତ୍ୟବ୍ୟନିଷ୍ଠ ହୋଇ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।

Leave a Reply

Your email address will not be published. Required fields are marked *