ପାଠାଗାର ନିର୍ମାଣ ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହିଲା
କଟକ ସଦର, ୨୨/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ପଞ୍ଚାୟତ ନଵଗ୍ରାମ ହାଇସ୍କୁଲ ପ୍ରାଙ୍ଗଣରେ ଆଜି (ରବିବାର ଦିନ) ଶହିଦ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ୧୭ ତମ ଶ୍ରାଦ୍ଧବାର୍ଷିକୀ ଏକ ଭାବାବେଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଶହୀଦ ସ୍ମୁତି କମିଟି ପକ୍ଷରୁ ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟଙ୍କ ପରିଚାଳନା ରେ ଆୟୋଜିତ ଶ୍ରାଦ୍ଧୋତ୍ସବରେ ସିଆରପିଏଫ ଡିଆଇଜି ଭାରତ ଭୁଷଣ ସେଠୀ, କମିଟିର ସଭାପତି
ଅମିର ଖାଁ, ସଂପାଦକ ଅରୁଣ କୁମାର ଵୋଷ, ପ୍ରଧାନ ଶିକ୍ଷୟିତ୍ରୀ ଦିପ୍ତୀଶିଖା ବେହେରା, ସମିତି ସଭ୍ୟ ବିଷ୍ଣୁ ଚରଣ ମାଦେଳି ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସହିଦ୍ କୃଷ୍ଣ ଚନ୍ଦ୍ର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଏହି ଅବସରରେ ସହିଦ କୃଷ୍ଣ ଚନ୍ଦ୍ର ଙ୍କ ମାତା କେସି ସାହୁ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ହେଲେ ସହିଦ୍ କୃଷ୍ଣ ଚନ୍ଦ୍ର ଙ୍କ ନାଁ ରେ ଏଠାରେ ଏକ ପାଠାଗାର ଏକଵର୍ଷ ମଧ୍ୟରେ ସ୍ଥାପିତ ହେବ ବୋଲି ଗତବର୍ଷ ଶ୍ରାଦ୍ଧ ଦିବସରେ ନେତା ମାନେ ଦେଇଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ ଅଟକି ରହିଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା।
