କେନ୍ଦ୍ରାପଡ଼ା,୩୧/୦୭/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଲେଶ୍ୱର ପଞ୍ଚାୟତ ସ୍ଥିତ ନେତାଜୀ ଯୁବ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି । ଯୁବ ପରିଷଦର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତି ଓ ସମ୍ମତି କ୍ରମେ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ପରିଷଦର ନୂତନ ସଭାପତି ଭାବେ ମୃତୁ୍ୟଞ୍ଜୟ ମହାନ୍ତି, ସମ୍ପାଦକ ଭାବେ ସରୋଜକାନ୍ତ ସାହୁ, କୋଷାଧ୍ୟକ୍ଷ ଭାବେ ବିଶ୍ୱକାନ୍ତ ବିଶ୍ୱାଳ, ଉପସଭାପତି ଭାବେ ଦେବାଶିଷ ସ୍ୱାଇଁ ଏବଂ ସହ ସମ୍ପାଦକ ଭାବରେ ଦେବାଶିଷ ମହାପାତ୍ର ପ୍ରମୁଖଙ୍କୁ ଚୟନ କରାଯାଇ କ୍ଳବ୍ ର ଉତରୋତର ଉନ୍ନତି କାମନା କରାଯାଇଥିଲା ।
ଏଥିସହିତ ଆଗାମୀ ଗଜଲକ୍ଷ୍ମୀ ପୂଜାକୁ ସରସ ସୁନ୍ଦର ଭାବେ ସମ୍ପାଦିତ କରାଯିବା ସହ ମା’ଙ୍କର ଚାନ୍ଦୀ ମେଢ଼ ଆହୁରି ଅଧିକ ସୁନ୍ଦର ଭାବରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । କ୍ଳବ୍ ର ପୂର୍ବତନ ସଭାପତି ହରି ନାରାୟଣ ମଲ୍ଲିକ, ପୂର୍ବତନ ସମ୍ପାଦକ ଧନଜୟ ମହାନ୍ତି ଓ ବରିଷ୍ଠ କର୍ମକର୍ତାମାନେ ନୂତନ କର୍ମକର୍ତାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
