ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ

ଭୁବନେଶ୍ୱର,୩୧/୦୭/୨୦୨୫ (ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ବିଶ୍ୱରଂନ ଦାସଙ୍କ ପୌରହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସମ୍ମିଳନୀ କକ୍ଷରେ ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଦାବି ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ୧ ଜୁନ୍ ୨୦୦୮ ରୁ ୧ ଜୁନ୍ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ନେଇ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଅଛି ।

ବିଗତ ୨୪ ବର୍ଷ ସରକାରରେ ଅମଲାତାନ୍ତ୍ରିକ ଷଡ଼ଯନ୍ତ୍ରରେ ଅତିମାତ୍ରାରେ ପ୍ରଭାବିତ ରାଜ୍ୟର ଉଚ୍ଚଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଏବଂ କର୍ମଚାରୀ ଦୀର୍ଘବର୍ଷ ଧରି ନୂତନ ଅନୁଦାନ ନୀତି ପ୍ରଣୟନ ନ କରି ୫ ହଜାରରୁ ଊଦ୍ଧ୍ୱର୍ ଅଧ୍ୟାପକ ଓ କର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେଇଛନ୍ତି ପୂର୍ବ ସରକାର । ଦୁଃଖ ଓ ପରିତାପର ବିଷୟ ବର୍ତମାନ ସରକାର ମଧ୍ୟ ପୂର୍ବ ସରକାର ପଦାଙ୍କ ଅନୁସରଣ କରୁଥିବାର ପ୍ରତୀୟମାନ ହେଉଛି । ନୂତନ ସରକାର ଆସିବା ଦିନଠାରୁ ବିଭିନ୍ନ ଉପାୟରେ ସରକାରଙ୍କ ପାଖରେ ନିଜର ଦାବି ଉପସ୍ଥାପନା କରାଯାଇଥିଲେ ମଧ୍ୟ ଫଳଶୂନ ।

ବର୍ତମାନ ସରକାର ୧୩ ମାସ କାର୍ଯ୍ୟକାଳ ମଧ୍ୟରେ ଅଧ୍ୟାପକ ଓ କର୍ମଚାରୀ ସଂଘ ଗୁରୁ ଦିବସକୁ ଗତଥର କଳା ଦିବସ ରୂପେ ଲୋୟର ପିଏମଜି ଧାରଣାସ୍ଥଳରେ ପାଳନ କରିଥିଲେ ମଧ୍ୟ ତତ୍ସହିତ ଦେଢଲକ୍ଷ ସାଧାରଣ ଲୋକଙ୍କର ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ୨୫ ଜୁଲାଇ ୨୦୨୫ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ମୋଟ୍ ୧୩ଥର ଅଭିଯୋଗ ଶୁଣାଣିରୁ ୧୧ଥର ଅଭିଯୋଗ ଶୁଣାଣିକୁ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଏବଂ ସାକ୍ଷାତ ଆଲୋଚନା କଲାପରେ ବି ସରକାର ଆଜି ପର୍ଯ୍ୟନ୍ତ ଆମର ଦାବି ପ୍ରତି କୌଣସି ବିଚାର କରୁନଥିବାରୁ ସଂଘ ପକ୍ଷରୁ ସରକାରଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଅଛି । ରାଜ୍ୟର ପାଞ୍ଚଟି ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଧେଶକଙ୍କ ଜରିଆରେ ସରକାରଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଛି, ୩୦ଟି ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ସହିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଅଛି ।

ଫେବୃୟାରୀ ମାସଠାରୁ ଅଦ୍ୟାବଧି ସାରା ରାଜ୍ୟରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଗଣତାନ୍ତ୍ରିକ ଉପାୟରେ ତମାମ ଆନ୍ଦୋଳନର ପ୍ରକି୍ରୟା ପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆମ ଦାବି ଅନୁଦାନ ସମ୍ପର୍କିତ ପଦୁଟିଏ ମଧ୍ୟ କଥା ଆଗକୁ ନ ବଢିବା ବଡ଼ ଦୁଃଖ ଓ କ୍ଷୋଭର ବିଷୟ ବୋଲି ସଭାପତି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଏଣୁ ସରକାରଙ୍କୁ ବିନମ୍ର ଅନୁରୋଧ, ସରକାର ୨୦୦୮ ରୁ ୨୦୧୮ ଅନୁଦାନ ନିମତି ନୀତିଗତ ନିଷ୍ପତି ଗ୍ରହଣ କରନ୍ତୁ, ନଚେତ୍ ତା ୧୬.୦୮.୨୦୨୫ରିଖ ଦାବି ଦିବସଠାରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ସହିତ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗସ୍ଥିତ ଧାରଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟକାଳ ସମୟ ଯାଏଁ ସଂଘ ତରଫରୁ ଏକ ଧାରଣା ଦିଆଯିବ । ଏଥିପାଇଁ ସୃଷ୍ଟି ହେବାକୁ ଯାଉଥିବା ସମସ୍ତ ଅପି୍ରତିକର ପରିସ୍ଥିତି ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *