ଓଡ଼ିଆ ଅସ୍ମିତା ଫେରିବାକୁ ହେଲେ କଟକ ର ମହାପୁରୁଷଙ୍କ ନାଁ ରେ ରେଭେନ୍ସା କଲେଜକୁ ରଖାଯାଉ – ବିଧାୟକ ପ୍ରକାଶ ସେଠୀ 

କଟକ ସଦର,୦୭/୯/୨୦୨୪(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଇତିହାସ ର ପର୍ଯ୍ୟାଲୋଚନା କଲେ ‘ଥୋମାସ ଏଡୱ।ଡ଼ ରେଭେନ୍ସା’ ଯେତେବେଳେ ଓଡ଼ିଶାରେ କମିଶନର ଥିଲେ ସେହି ସମୟରେ କେବଳ ତାଙ୍କରି ପାଇଁ ନଅଙ୍କ ଦୁର୍ଭିକ୍ଷ ଭଳି ଏକ ବଡ଼ ଧରଣର ବିପତ୍ତି ପଡିଥିଲା। ଏଥିରେ ଲକ୍ଷ ଲକ୍ଷ ଲୋକ ମରି ପଡ଼ିଥିଲେ। ଏଭଳି କଳଙ୍କିତ ଇଂରେଜ ବ୍ୟକ୍ତିଙ୍କ ନାଁ ରେ ରାଜ୍ୟର ଗୁରୁତ୍ୱ ଓ ଐତିହ ବହନ କରୁଥିବା ରେଭେନ୍ସା ନାମକରଣ ବଦଳାଇବା ଯଥାର୍ଥ ଓ ସମୟପୋଜୋଗୀ ହେବ ବୋଲି ଚାରି ଆଡେ଼ ବିତର୍କ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରେଭେନ୍ସାର ପୁରାତନ ଛାତ୍ର ତଥା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି ଯେ ଓଡିଆ ଅସ୍ମିତା ଫେରିବାକୁ ହେଲେ ରେଭେନ୍ସା ନାଁ ପରିବର୍ତନ କରି କଟକ ର ଯେ କୌଣସି ମହାପୁରୁଷ ଙ୍କ ନାଁ ରେ କଲେଜ ରଖାଯିବାର ଆବଶ୍ୟକତା ଅଛି। ବିଧାୟକଙ୍କ ଏଭଳି ପ୍ରସ୍ତାବରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *