ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରାପଡାର ତେଜ ତନ୍ମୟ ପ୍ରଥମ

କେନ୍ଦ୍ରାପଡ଼ା, ୨୫/୦୭/୨୦୨୫ (ଓଡ଼ିଶା ସମାଚାର)-ଓଡିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସେ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ୨ୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ପାଇଁ ଗୌରବ ଆଣି ଦେଇଛନ୍ତି ।

ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ସାହିତି୍ୟକ ଶାନ୍ତନୁ ଆଚାର୍ଯ୍ୟ, ବିଜୟକେତନ ଉପାଧ୍ୟାୟ, ସାହିତ୍ୟ ଏକାଡେମୀର ମୁଖ୍ୟ ସଚିବ ଦେବପ୍ରସାଦ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ତେଜ ତନ୍ମୟଙ୍କୁ ମୋମେଂଟୋ, ପ୍ରମାଣପତ୍ର ଓ ୫ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ସାହିତ୍ୟ ଏକାଡେମୀର ସଭାପତି ଚନ୍ଦ୍ରଶେଖର ହୋତା ସଭାପତିତ୍ୱ କରିଥିଲେ ।

ବର୍ତମାନ ପର୍ଯ୍ୟନ୍ତ ତନ୍ମୟ ୪ଟି ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ସାରିଲେଣି । ତନ୍ମୟ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେକେନ୍ଦ୍ରାପଡା ଜିଲାର  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅୟୋଜିତ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ଆସୁଛନ୍ତି । ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ତନ୍ମୟଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *