ସହର ବିକାଶ ଉଦ୍ୟମ ଉପରେ ଯାଜପୁର ଏବଂ ବ୍ୟାସନଗର ନଗର ପାଳିକାର ନିର୍ବାଚିତ ଅଧ୍ୟକ୍ଷା ଅଧ୍ୟକ୍ଷ ଓ ପାରିଷଦ ବର୍ଗ ମାନଙ୍କ ନିମନ୍ତେ ଅନୁଭୂତିମୂଳକ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଯାଜପୁର,୨୩/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ “ସହର ବିକାଶ ଉଦ୍ୟମ ଉପରେ ଯାଜପୁର ଏବଂ ବ୍ୟାସନଗର ନଗର ପାଳିକାର ନିର୍ବାଚିତ ଅଧ୍ୟକ୍ଷା ଅଧ୍ୟକ୍ଷ ଓ ପାରିଷଦ ବର୍ଗ ମାନଙ୍କ ନିମନ୍ତେ ଅନୁଭୂତିମୂଳକ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଯାଜପୁର ଏବଂ ବ୍ୟାସନଗର ନଗରପାଳିକାର ଅଧ୍ୟକ୍ଷା, ଅଧ୍ୟକ୍ଷ ଓ କାଉନସିଲର ମାନେ ଅଂଶଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟସୂଚୀରେ ବାସୁଦେବପୁର ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଧାଂଶୁ ମୋହନ ସ୍ୱାଇଁ ମାଷ୍ଟର ଟ୍ରେନର ହିସାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସହଯୋଗ ଯୋଜନା, ସହରର ବିଭିନ୍ନ ପ୍ରକାର ଉନ୍ନୟନ ଯୋଜନା ସହ ନୂଆ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଅନ୍ୟାନ୍ୟ ନଗର ଉନ୍ନୟନ ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦, ଜଳାଶୟ ପୁନଃଜୀବନ ତଥା ପୁନରୁଦ୍ଧାର ଯୋଜନା ଇତ୍ୟାଦି ବିଷୟରେ ଉପସ୍ଥିତ ଅଧ୍ୟକ୍ଷା, ଅଧ୍ୟକ୍ଷ ଏବଂ ସମସ୍ତ କାଉନସିଲରଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିଥିଲେ। ଏତଦ୍ ଭିନ୍ନ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଭାତ କୁମାର ସାହୁ, ମାଷ୍ଟର ଟ୍ରେନର ହିସାବରେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟସୂଚୀଟି ଯାଜପୁର ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଲଷ୍ମୀକାନ୍ତ ରାଉତ ଙ୍କ ଦ୍ୱାରା ସଂଚାଳିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ -ତଥା ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଶ୍ରୀ ଅଶୋକ କୁମାର ବେହୁରିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରେ ଅଧ୍ୟକ୍ଷତା କରିଥିଲେ।ଯାଜପୁର ନଗରପାଳିକା ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଓ ବ୍ୟାସନଗର ନଗରପାଳିକାର ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ବଳ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟସୂଚୀରେ ବସୁଦେବପୁର ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଧାଂଶୁ ମୋହନ ସ୍ୱାଇଁ କାର୍ଯ୍ୟକ୍ରମ ରେ ଯୋଗଦେଇ ସହର ଉନ୍ନୟନ ବିଷୟରେ ତଥ୍ୟ ଓ ଯୋଜନାମାନ ଉପସ୍ଥାପନା କରିଥିଲେ। ସେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY), ସହଯୋଗ ଯୋଜନା ସହ ନୂଆ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ୟାନ୍ୟ ନଗର ଉନ୍ନୟନ ଯୋଜନା ବିଷୟରେ ଅଧ୍ୟକ୍ଷା ଓ ସଭ୍ୟମାନଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, (DUDA)ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ବେହୁରିଆଙ୍କ ସହ ଅଧ୍ୟକ୍ଷା ଓ ସଭ୍ୟମାନେ ସିଧାସଳଖ ପ୍ରଶ୍ନୋତ୍ତର ମାଧ୍ୟମରେ ନିଜ ସନ୍ଦେହ ସମାଧାନ କରିଥିଲେ। ଏହା ସହ ଚାନ୍ଦବାଲି ଉପବିଭାଗର ଉପ-ଉପବିଭାଗୀୟ ବିଜ୍ଞାନୀ (AEE) ଶ୍ରୀ ପ୍ରଭାତ କୁମାର ସାହୁ ମଧ୍ୟ ଏହି ପ୍ରଶିକ୍ଷଣରେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟସୂଚୀ ମାଧ୍ୟମରେ ନିର୍ବାଚିତ ପ୍ରତିନିଧିମାନେ ସ୍ଥାନୀୟ ସ୍ତରରେ ସହର ବିକାଶ ଯୋଜନାଗୁଡ଼ିକୁ କିପରି କ୍ରିୟାନ୍ୱୟନ କରିପାରିବେ ସେ ସମ୍ପର୍କରେ ଅବଗତ ହୋଇଥିଲେ।

Leave a Reply

Your email address will not be published. Required fields are marked *