କଟକ,୨୩/୦୭/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )- ୪୨ ମୌଜାରେ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଝିଙ୍କିରିଆ ଗ୍ରାମ ଉନ୍ନୟନ କମିଟି ପକ୍ଷରୁ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନେ ଦର୍ଶାଇଛନ୍ତି ଯେ ଦୈନିକ ୩ ରୁ ୪ ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ହନ୍ତସନ୍ତ କରୁଛି ଏବଂ ପିଲା ମାନଙ୍କ ପାଠପଢ଼ା, ମେଡିକାଲ,ବ୍ୟବସାୟ ଆଦିରେ ବହୁ ସମସ୍ୟା ସୃଷ୍ଟି କରୁଛି ।
ଦୀର୍ଘଦିନ ହେବ ବିଦ୍ୟୁତ୍ ସମସ୍ୟା ଲାଗିରହିଥିବା ବେଳେ ନୂତନ ଗ୍ରିଡ୍ କାମ ମନ୍ଥର ଗତିରେ ଚାଲିଛି । ଆଗାମୀ ୩ ମାସ ମଧ୍ୟରେ ୪୨ ମୌଜାରେ ନୂଆ ଗ୍ରିଡ କାର୍ଯ୍ୟ ଶେଷ ସହ ଅନ୍ୟାନ୍ୟ ସମସ୍ୟା ସମାଧାନ କରିବା ପାଇଁ ବିଦ୍ୟୁତ୍ ବିତରକ ସଂସ୍ଥା ସହ ଆଲୋଚନା କରିବେ ବୋଲି ମାନ୍ୟବର ସାଂସଦ ଶ୍ରୀ ମହତାବ ଗ୍ରାମ୍ୟ କମିଟିକୁ ପ୍ରତିଶ୍ରୁତି ଦେଇଥିଲେ । ସଭାପତି ବିଭୂତି ଦେବତା,ଗ୍ରାମ୍ୟ କମିଟି କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ନନ୍ଦ, ସମ୍ପାଦକ ଚିନ୍ମୟ ଦେବତା, ଉପଦେଷ୍ଟା ନରହରି ଦେବତା, ଜଗନ୍ନାଥ ସାହୁ,ହୃଷୀକେଶ ସ୍ବାଇଁ, ସୁନିଲ ଦେବତା,ବିଶ୍ବଜିତ ଦେବତା ଓ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।
