କଟକ ସଦର,୨୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଅଞ୍ଚଳକୁ ପାଇକା ନଦୀର ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ୭୦ ବର୍ଷ ତଳେ ତତ୍କାଳୀନ ମନ୍ତ୍ରୀ ତଥା ରାଜ୍ୟର ପ୍ରଥମ ରାଜଵନ୍ଦୀ ସ୍ୱର୍ଗତ ରାଜକୃଷ୍ଣ ବୋଷ ଆୟତପୁର ଠାରେ ମହାନଦୀ ର ପାଇକା ମୁହାଁଣକୁ ବନ୍ଦ କରିଦେଇ ଥିଲେ। କିନ୍ତୁ ଏଵେ ସମୟ ଵଦଳି ଵା ସାଙ୍ଗକୁ ଆବଶ୍ୟକତା ଦୃଷ୍ଟିରୁ ମୃତ ପାଇକାକୁ ସରକାର ନିଷ୍କାସନ ବିଭାଗ ପକ୍ଷରୁ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ପୁନରୁଦ୍ଧାର କରିଛନ୍ତି। ଏଥିପାଇଁ ୭୦ ବର୍ଷ ପରେ ଆସନ୍ତା କାଲି ବୁଧବାର ଦିନ ଯେ କୌଣସି ସମୟରେ ମହାନଦୀରୁ ପ୍ରଥମ ବନ୍ୟାଜଳ ନୂଆ କରି ନିର୍ମିତ ଆୟତପୁର ସ୍ଲୁଇସ୍ ଗେଟ୍ ଦେଇ ପାଇକାରେ ପ୍ରଵେଶ କରିବ ବୋଲି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ରୁ ଜଣାପଡିଛି। ଏଥିପାଇଁ ପାଇକା କୂଳରେ ବସବାସ କରୁଥିବା ଜନସାଧାରଣ ସତର୍କ ରହିବା ସହିତ ଗୃହପାଳିତ ପଶୁମାନଙ୍କୁ ନଦୀ ଭିତରକୁ ନଛାଡିବା କୁ ସତର୍କ କରାଯାଇଛି।
୭୦ ବର୍ଷ ପରେ ଆସନ୍ତା କାଲି ମହାନଦୀରୁ ପ୍ରଥମ ବନ୍ୟାଜଳ ସୁକ ପାଇବାକୁ ଛଡାଯିବ
