ଭୁବନେଶ୍ୱର,୨୮/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡକ୍ସନ ତରଫରୁ ଆଚାର୍ଯ୍ୟ ବିହାର ପରିଷଦଠାରେ ଆମେ ଓଡ଼ିଆ, ଆମ ପଖାଳ ଭାରି ବଢିଆ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ପ୍ରଧାନ ଓ ସ୍ଥାନୀୟ ଅଂଚଳ ମହିଳା, ଗୁରୁଜନ ମାନେ ଯୋଗଦେଇ ପଖାଳର ଆନନ୍ଦ ଉପଭୋଗ କରିଥିଲେ ।
ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ପଖାଳ ସହିତ ମାଛଭଜା, ବଡ଼ିଚୁରା, ଚୁନାମାଛ ଭଜା, ଶାଗଭଜା, ଶଜନାଛୁଇଁ ଭଜା, ଭେଣ୍ଡିଆଳୁ ଭଜା, କଲରା ଭଜା, ଚିଙ୍ଗୁଡ଼ି ଛେଚା, ଛତୁ ଭଜା ଏବଂ ପାମ୍ପଡ଼ ସହିତ ୧୬ ପ୍ରକାର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ମଜା ନେଇ ଆମେ ଓଡ଼ିଆ ଆମ ପଖାଳ ଭାରି ବଢିଆ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଆମେ ଓଡ଼ିଆ, ଆମ ପଖାଳ ଭାରି ବଢିଆ ପାଳନ ଅବସରରେ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଥିଲେ ଯେ, ସାମ୍ପ୍ରତିକ ସମୟରେ ସାଧାରଣତଃ ଲୋକମାନେ ପିଜା, ବଜର, ଚିକେନ ପଫ୍, ଚିକେନ ରୋଲ ଆଦି ଫାଷ୍ଟଫୁଡ଼ ଖାଦ୍ୟ ଖାଇ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ତେଣୁ ସାଧାରଣ ଜନତାଙ୍କୁ ଏଥିରୁ ନିବୃତ ରହି ଓଡ଼ିଆବାସୀଙ୍କ ପାରମ୍ପରିକ ଖାଦ୍ୟ ପଖାଳ ପ୍ରତି ଚାହିଦା ବଢାଇବା ଉଦ୍ଧେଶ୍ୟରେ ଏହି ପଖାଳ ଦିବସ ପାଳନ କରାଯାଉଛି ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି ।
