” ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ମାଷ୍ଟର୍ସ କ୍ଲବ କଟକ ଫାଇନାଲରେ

ନିମାପଡ଼ା, ୦୯/୦୧/୨୦୨ ୪ (ଓଡ଼ିଶା ସମାଚାର)- ନିମାପଡ଼ା ବାରବାଟୀ ମିନି ଷ୍ଟାଡିଅମରେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ” ୧୨ ତମ କିଶୋରପଣ୍ଡା ମେମୋରିଆଲ ୨୮ତମ ନିମାପଡ଼ା କପ  କ୍ରିକେଟ ଟୁର୍ନାମେଣ୍ଟ” ପ୍ରଥମ ସେମିଫାଇନାଲ   ମ୍ୟାଚରେ ମାଷ୍ଟର୍ସ କ୍ଲବ କଟକ ବନାମ ଜୟଦେବ ସ୍ପୋର୍ଟିଂ ଭୁବନଶ୍ୱର ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ଜୟଦେବ ସ୍ପୋର୍ଟିଂକୁ ୫୭ ରନରେ ହରାଇ  ମାଷ୍ଟର୍ସ କ୍ଲବ କଟକ ଫାଇନାଲରେ ଖେଳିବାର ଯୋଗ୍ୟତା ଅର୍ଜନ କରିଛି ।  ପ୍ରଥମେ ଟସଜିତି  ମାଷ୍ଟର୍ସ କ୍ଲବ ବ୍ୟାଟିଂ  କରି  ନିର୍ଦ୍ଧାରିତ ୩0 ଓଭରରେ ୨୭୧ ରନ ସଂଗ୍ରହ କରିଥିଲା ।  ଦଳର ପକ୍ଷରୁ ବ୍ୟାଟର ଶୁଭମ ସାହୁ ୭0 ଏବଂ ଅଶ୍ୱନୀ ଖଟୋଇ ୬୩ ରନ ସଂଗ୍ରହ କରିଥିଲା ।  ପ୍ରତିପକ୍ଷ ଦଳ ଜୟଦେବ ସ୍ପୋର୍ଟିଂ ପକ୍ଷରୁ ବୋଲର ଜଗନ କେ ମହାରଣା ଏବଂ ପବିତ୍ର ବରାଳ  ୨ଟି ଲେଖାଏଁ ୱ୍ଵିକେଟ ଅକ୍ତିଆର କରିଥିଲେ । ଜବାବରେ ଦ୍ଵିତୀୟାର୍ଦ୍ଧରେ ଜୟଦେବ ସ୍ପୋର୍ଟିଂ ବ୍ୟାଟିଂକରି କରି ନିର୍ଦ୍ଧାରିତ ୩0 ଓଭର ଓଭରରେ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା ।  ପ୍ରତିପକ୍ଷ ମାଷ୍ଟର୍ସ କ୍ଲବ ଦଳର ବୋଲର ଶୁଭମ ସାହୁ ଏବଂ ସନ୍ତୋଷ ସେଠୀ ୩ଟି ଲେଖାଏଁ ୱ୍ଵିକେଟ ଅକ୍ତିଆର କରିଥିଲେ । ମାଷ୍ଟର୍ସ କ୍ଲବ କଟକର ଖେଳାଳି ଅଶ୍ୱନୀ ଖଟୋଇ ଅଲରାଉଣ୍ଡର୍ସ ପ୍ରଦର୍ଶନ ପାଇଁ  ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥି ଭାବେ ନିମାପଡ଼ା ଆଥେଲେଟିକ ଆସୋସିଏସନ ଉପଦେଷ୍ଟା ଶ୍ରୀଯୁକ୍ତ ମହେନ୍ଦ୍ର ସିଂ ଭାଟିଆ ଓ ସ୍ବର୍ଗତ କିଶୋର ପଣ୍ଡାଙ୍କ ବଡ଼ ଭାଇ ଶ୍ରୀଯୁକ୍ତ ଗୋପବନ୍ଧୁ ପଣ୍ଡା ଏବଂ  ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଯୋଗଦେଇ  ମ୍ୟାନ ଅଫ ଦି ମ୍ୟାଚ  ପୁରସ୍କାରଟିକୁ ପ୍ରଦାନ କରିଥିଲେ  । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ନିର୍ମଳ କୁମାର ମିଶ୍ର ଓ ଅଭିନନ୍ଦନ ପାତ୍ର । ସ୍କୋରର ଦାୟିତ୍ୱରେ ରହିଥିଲେ  ପ୍ରିୟରଞ୍ଜନ ମୁଦୁଲି ଏବଂ ବିଶ୍ଵଜିତ ଘଢେଇ । ଆସନ୍ତା କାଲି ଗ୍ରୁପ ‘ବି’ ର ପ୍ରଥମ କ୍ଵାଟର ଫାଇନାଲ ମ୍ୟାଚରେ ବିଶ୍ଵଭାରତୀ କଟକ ବନାମ  ନିମାପଡ଼ା ଆଥେଲେଟିକ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *