ସଦର ମହକୁମା ରେ ରହୁନାହାନ୍ତି କିଶନନଗର ତହସିଲଦାର

ନାଲିବତୀ ଗାଡିର ଅପବ୍ୟବହାର ଅଭିଯୋଗ

କଟକ ସଦର,୧୪/୦୭/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କ୍ଷିରୋଦ କୁମାର ଦାଶ ତହସିଲ ସଦର ମହକୂମା ରେ ନର଼ହି ୩୦ କିମି ଦୁର କଟକ ରେ ରହୁଥିବା ରୁ ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଵା ଭଡା ନାଲିବତୀ ଗାଡି ଦିନକୁ ତହସିଲଦାର ଙ୍କୁ କଟକରୁ ଚାରି ଥର ନବା ଆଣିବା କରିବା ଦ୍ୱାରା ରାଜସ୍ୱହାନୀ ହେଉଥିବା ଅଭିଯୋଗ ହେଉଛି।

ଭଡାଗାଡି ଟି ରାତିରେ ତହସିଲଦାର ଙ୍କ କଟକ ଭଡ଼ା ଘର କିମ୍ଵା ତହସିଲ କାର୍ଯ୍ୟାଳୟ ପରିସରରେ ନରହି ଜଗତସିଂହପୁର ଜିଲ୍ଲା ବିରିଡ଼ି ତହସିଲ ଅନ୍ତର୍ଗତ ଵତିମିରା ଠାରେ ରହୁଥିବା ଦେଖାଯାଉଛି। ସେଥିରେ ଉକ୍ତ ଭଡ଼ା ଗାଡି ର ଭଡ଼ା ଡ୍ରାଇଭର ତହସିଲ ର ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରି ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। କଟକ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *