କେନ୍ଦ୍ରାପଡ଼ା, ୦୯/୦୭/୨୦୨୫(ଓଡ଼ିଶା ସମାଚାର)- ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ପବ୍ଲିକ ଲାଇବ୍ରେରୀକୁ ବହୁ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାନ୍ତି ଓ ସମାଜସେବୀ ଗାୟତ୍ରୀ ମହାନ୍ତି ପ୍ରମୁଖ ଉକ୍ତ ଉପାଦେୟ ପୁସ୍ତକ ଗୁଡିକ ଲାଇବ୍ରେରୀର ସମ୍ପାଦକ ବୈଦ୍ୟନାଥ ଚାଟାର୍ଜୀଙ୍କୁ ପ୍ରଦାନ କରିଥିଲେ ।
ଏହି ପୁସ୍ତକ ପ୍ରଦାନ ସମୟରେ ଲାଇବ୍ରେରୀର ସଭାପତି ସରୋଜରାଜ ସିଂ ଓ ଲାଇବ୍ରେରୀଆନ ଆଶିଷ ସେନାପତିଙ୍କ ସମେତ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ସୁଶାନ୍ତ ସ୍ୱାଇଁ, ଭାବଗ୍ରାହୀ କର, ଅବଦୁଲ କରିମ, ରଶ୍ମୀରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
