ମାହାଙ୍ଗା ,୦୨/୦୭/୨୦୨୫ (ଓଡିଶାସମାଚାର /ଅଭୟ ଜେନା) -କଟକ ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି, ସମାଜସେବୀ, କୁଣ୍ଡି ସେବା ସମବାୟ ସମିତିର ସଭାପତି, ସାହିତ୍ୟିକ ଅଖିଳେଶ ମହାନ୍ତି ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବାପରେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।
ଜଗତପୁର ସଦଗୁର ହସ୍ପିଟାଲରେ ଅଭିଜ୍ଞ ଡାକ୍ତର ମାନେ ଶ୍ରୀ ମହାନ୍ତିଙ୍କୁ ୧୦ ଦିନ ଧରି ଚିକିତ୍ସା କରିଥିଲେ । ଧିରେ ଧିରେ ସୁସ୍ଥ ଅନୁଭବ କରିବା ପରେ ଡାକ୍ତରମାନେ ତାଙ୍କୁ ଘରେ ରହି ଚିକିତ୍ସିତ ହେବା ସହିତ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।
ଏହି ଅସୁସ୍ଥତା ସମ୍ପର୍କରେ ଖବର ପାଇବା ପରେ ବହୁ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ ତଥା ଶୁଭେଛୁ ମାନେ ଶ୍ରୀ ମହାନ୍ତିଙ୍କୁ ସଦଗୁରୁ ହସ୍ପିଟାଲ ଏବଂ କଲ୍ୟାଣପୁର ସ୍ଥିତ ବାସଭବନରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି ।
