ଧୁଳିଶର ନୂଆପୋଖରୀ ଠାରେ ଲୋକକଳା ଘୋଡା ନାଚ ପରିବେଷଣ 

କଟକ ସଦର (ବିଷ୍ଣୁ ବେହେରା): କଟକ ସଦର ୪୨ ମୈ।ଜା ଵେଣ୍ଟକାର ପଞ୍ଚାୟତ ଧୁଳିଶର ନୂଆପୋଖରୀ ଠାରେ ଜଗନ୍ନାଥ କୃପା ପରିଷଦ ଓ ପତିତପାବନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚତୃର୍ଦ୍ଧା ମୁରତୀ ଙ୍କ ଘୋଷ ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରାଚୀନ ଲୋକକଳା ଘୋଡା ନାଚ ପରିବେଷଣ କରାଯାଇଛି।

ଏହି ଅବସରରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଚୀନ କଳା ସଂସ୍କୃତିକୁ ଗ୍ରାମାଞ୍ଚଳ ରେ ଉଦଯିପିତ ରଖିଥିବା ରୁ ଆୟୋଜକ ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଠାକୁରଙ୍କୁ ଦର୍ଶନ କରି କୃପା ଭିକ୍ଷା କରିବା ସହିତ ସଦରଵାସୀଙ୍କ ମଙ୍ଗଳ କାମନା କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉଦୟ ସାସମମଲ, ଆନନ୍ଦ ଦେଵତା, ଆନନ୍ଦ ବେହେରା, ପ୍ରଶନ୍ନ ବେହେରା, ଅଭିମନ୍ୟୁ ସାହୁ, ପ୍ରକାଶ ମାଝି, ପ୍ରିୟରଞ୍ଜନ ପରିଡ଼ା, ଆଶିଷ ମହାନ୍ତି, ଵିନୋଦ ବେହେରା, ମିହିର ରଞ୍ଜନ ପତି, ରମେଶ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *