ସଡ଼କ ଦୁର୍ଘଟଣାରେ ୩ ଯୁବତୀ ମୃତ

ପିପିଲି /ଭୁବନେଶ୍ୱର,୨୮/୦୬/୨୦୨୫ (ଓଡ଼ିଶା ସମାଚାର)- ପିପିଲି ତରାକାଜ ନିକଟରେ ଶନିବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ୩ ଯୁବତୀ ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନା ଅନୁଯାୟୀ, ଅପରାହ୍ନ ୪ଟା ସମୟରେ ଏକ ସ୍କୁଟିରେ ଭୁବନେଶ୍ବରରୁ ୩ଜଣ ଯୁବତୀ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ପିପିଲି ତରାକାଜ ନିକଟରେ ଅନ୍ୟ ଏକ ସ୍କୁଟି ସାଇଡ୍ ମାରିବାରୁ ସ୍କୁଟିରେ ଥିବା ୩ଜଣ ଯୁବତୀ ତଳେ ପଡି ଯାଇଥିଲେ। ସେତିକିବେଳେ ଏକ ଆମ ବସ୍ (ଓଏସଆରଟିସି ) ସେମାନଙ୍କ ଉପରେ ଚଢ଼ିଯାଇଥିଲା। ନିକଟରେ ଥିବା ଏକ ପୁଲିସ ଗାଡିରେ ତୁରନ୍ତ ସେମାନଙ୍କୁ ପିପିଲି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।୩ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *