ଯାତ୍ରା ଜଗତର କମେଡି କିଙ୍ଗ୍‌ ରବି ଶତପଥୀ ଙ୍କ  ପରଲୋକ

ପାରାଦ୍ଵୀପ, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀଙ୍କ ପରଲୋକ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ସ୍ଥିତ ନିଜ ବାସଭବନରେ ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ।

ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ରବି ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ ପରିବେଷଣ କରିଥିଲେ। ତାଙ୍କର ଜୀବନ୍ତ ଅଭିନୟ ତାଙ୍କୁ ବେଶ ଲୋକପ୍ରିୟ କରିଥିଲା।

Leave a Reply

Your email address will not be published. Required fields are marked *