ରାଜ୍ୟପାଳ ଏବଂ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଙ୍କ ମଧ୍ୟରେ ସୌଜନ୍ୟ ମୂଳକ ସାକ୍ଷାତ।   

         ପ୍ରମୁଖ ବିକାଶମୂଳକ ପ୍ରସଙ୍ଗଉପରେ ଆଲୋଚନା।

 ଭୁବନେଶ୍ୱର,୨୫/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ  କମ୍ଭମପାଟି ବୁଧବାର ଦିନ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ତାଙ୍କ ବାସଭବନ ରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ସମୟରେ ରାଜ୍ୟପାଳ ଓ ଉପ ମୁଖ୍ୟମନ୍ତ୍ରୀ  ଓଡ଼ିଶାର ବିକାଶ ପାଇଁ ଯୋଜନା,  ଶକ୍ତି କ୍ଷେତ୍ରରେ ସଂସ୍କାର ଏବଂ କୃଷି କ୍ଷେତ୍ରରେ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା କରିବାପାଇଁ ବିଭାଗଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ବୟର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିବା ସହିତ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ପାଇଁ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ ଆରୋପ କରିଥିଲେ।

Leave a Reply

Your email address will not be published. Required fields are marked *