ଭୁବନ,୨୨/୦୬/୨୦୨୫ (ଓଡ଼ିଶା ସମାଚାର)- ବିଜେଡି ସୁପ୍ରିମୋ,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଦୃତ ଆରୋଗ୍ୟ କାମନା କରି ଆଜି ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ୧୦୮ ଦୀପଦାନ କରାଯାଇଛି ।
ଭୁବନ ବିଜୁ ଜନତା ଦଳ ତରଫରୁ ଅନୁଷ୍ଠିତ ଦୀପଦାନ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ମାନିନୀ ସାହୁ, କାଉନସିଲର ଗିରିଧାରୀ ସାହୁ,କଳ୍ପନା ବେହେରା,ଜିଲ୍ଲା ପରିଷଦ ସଦସ୍ୟ ସୁବାସ ମାଝି ଙ୍କ ସମେତ ଅଜୟ ସେଠୀ,ଅନାମ ସାହୁ,ନାରାୟଣ ନାୟକ,ସୋମନାଥ ମହାରଣା,ଦେବେନ୍ଦ୍ର ସାହୁ,ତ୍ରିଲୋଚନ ସାହୁ,ରାକେଶ ଆଏଚ,ଶୁଭକାନ୍ତ ବର୍ଦ୍ଧନ,ରାମଚନ୍ଦ୍ର ସାହୁ, ପିଣ୍ଟୁ ଦାସ, ସିପୁ ଦାସ,ଅର୍ଜୁନ ସାହୁ,କ୍ରିଷ୍ଣା ସାହୁ,ଗୋବିନ୍ଦ ଭଞ୍ଜ, ଅରବିନ୍ଦ ମହାଳିକ, ଉଗ୍ରସେନ ବେହେରା, ରମେଶ ଚନ୍ଦ୍ର ବେହେରା, ପିଣ୍ଟୁ ରାଉତ ପ୍ରମୁଖ ଦୁଇ ଶହରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ,ସାଧାରଣ ଜନତା ଓ ଶୁଭେଛୁ ମାନେ ଉପସ୍ଥିତ ରହି ନବୀନ ପଟ୍ଟନାୟକ ଲଙ୍ଗ ଲିଭ୍ , ଜୟ ଜଗନ୍ନାଥ ଧ୍ବନି ଦେଇ ନବୀନ ଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥିଲେ ।