ପୋଲିସ କୁ ଚାଲେଞ୍ଜ କରି ପ୍ରହରାଜପୁର ପାଲଟିଛି ଚୋରମାନଙ୍କ ଚରାଭୂଇଁ, ପୁଣି ପିର ବାବାଙ୍କ ହୁଣ୍ଡି ଭାଙ୍ଗି ଚୋରି 

କଟକ ସଦର ,୨୭/୧୦/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଏବେ ଚୋରମାନଙ୍କ ପାଇଁ ନେଉଟିଆ ଶାଗ କିଆରି ପାଲଟିଛି। କିଛିଦିନ ହେଲା ପୋଲିସକୁ ଖୋଲା ଚାଲେଞ୍ଜ କରି ଗୋଟିକ ପରେ ଗୋଟିଏ ବଡ଼ ଧରଣର ଡ଼କାୟତି ଘଟିଯାଇଥିଲେ ବି ଆଜି ପର୍ଯ୍ୟନ୍ତ କେହି ଧରାପଡିନଥିଵାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେବା ସହିତ ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିଵା କୁ ବସିଛି। ଖଵର ରୁ ପ୍ରକାଶ ଯେ ଗତକାଲି ଶନିବାର ରାତିରେ ଦୁର୍ବୃତ୍ତ ମାନେ ପ୍ରହରାଜପୁର ର ସର୍ବପୁରାତନ ପ୍ରସିଦ୍ଧ ପିରଵାଵାଙ୍କ ଦରଗା ହୁଣ୍ଡି (ଦାନବାକ୍ସ) ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହପହଂଚି ଚିରାଚରିତ ଢ଼ଙ୍ଗରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *