ଡ଼ାକ୍ତରଖାନାରେ ଅଗ୍ନିଶମ ସୁରକ୍ଷା ସମ୍ପର୍କିତ ମକ୍ ଡ୍ରିଲ

ଭୁବନ, ୨୭/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ଅଗ୍ନିଶମ ବିଭାଗ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର  ପରିସରରେ ଅଗ୍ନିଶମ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ଵାଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଗ୍ନିକ ଅଲେଖ ରାଉତ,ନୃସିଂହ ବେହେରା,ସୂର୍ଯ୍ୟକାନ୍ତ ସେଠୀ ଆଶିଷ ପୃଷ୍ଟି ,ହାବିଲଦାର ମଧୁସୂଦନ ମହାନ୍ତି ପ୍ରମୁଖ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସିକୁରିଟୀ ଗାର୍ଡ ସିଦ୍ଧାର୍ଥ କୁମାର ସାହୁ,ଅମିତୋଷ ମିଶ୍ର, କାର୍ତିକେଶ୍ୱର ସାହୁ,ସନ୍ତୋଷ କୁମାର ବେହେରା,ୱାର୍ଡ ଆଟେଣ୍ଡାଣ୍ଟ ଶିବ ପ୍ରସାଦ ମିଶ୍ର,ଦିଲ୍ଲୀପ ସାହୁ,ମାୟାଧର ମହାନ୍ତି,ରୋହିତ ପାତ୍ର,ସଫେଇ କର୍ମଚାରୀ ସୁଦର୍ଶନ ଜେନା ଓ ବଇରା ମଲ୍ଲିକ ଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ ଓ ମକ ଡ୍ରିଲ କରିଥିଲେ ।

Leave a Reply

Your email address will not be published. Required fields are marked *