ଘୋଷଣା ହେଲା ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର —

ରାଜକିଶୋର ପାଢୀ ଓ ସୁବ୍ରତ ସେନାପତି ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର, ୧୮/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ରାଜକିଶୋର ପାଢୀଙ୍କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ଏହି ମର୍ୟ୍ୟାଦାଜନକ ପୁରସ୍କାର ପାଇବେ ରାଜକିଶୋର ପାଢୀ। ସେହିପରି ଓଡ଼ିଆ ଲେଖକ ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ‘କଦମ୍ବ ବନ’ ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି। ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ସଫଳତା କେବଳ ଆପଣମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ନିଜ ସୃଷ୍ଟି ଦ୍ୱାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆହୁରି ସମୃଦ୍ଧ କରନ୍ତୁ ବୋଲି ସାମାଜୀକ ଗଣମାଧ୍ୟମ ଏକ୍ସ ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି –

୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ “କେତେ ଫୁଲ ଫୁଟିଛି” ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ “କଦମ୍ବ ବନ” ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସଫଳତା କେବଳ ଆପଣମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ନିଜ ସୃଷ୍ଟି ଦ୍ୱାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆହୁରି ସମୃଦ୍ଧ କରନ୍ତୁ । https://x.com/MohanMOdisha/status/1935259416330379599

Leave a Reply

Your email address will not be published. Required fields are marked *