ମା’ ସନ୍ତୋଷୀ ଦେବୀଙ୍କ ୧୮ତମ ବାର୍ଷିକୋତ୍ସବ

ବିଶ୍ୱଶାନ୍ତି ଯଜ୍ଞ ଉପଲକ୍ଷେ ଭଜନ ସମାରୋହ
ଭୁବନେଶ୍ୱର,୨୯/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପ୍ରତିବର୍ଷ ପରି ଚଳିତବର୍ଷ ବିଶ୍ୱଶାନ୍ତ ମହାଯଜ୍ଞ ଉପଲକ୍ଷେ ମା’ ସନ୍ତୋଷୀଦେବୀଙ୍କ ୧୮ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ତିନିଦିନ ଧରି ସ୍ଥାନୀୟ ବରମୁଣ୍ଡାଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପିପିଲିରୁ ଏକ ଘଂଟୁଆ, ପଞ୍ଜାବୀ ଢୋଲ ବାଜା ଓ ବାଣ ଫୁଟାଯାଇ ୨୧ଜଣ ଭକ୍ତ ଏକ କଳସ ଶୋଭାଯାତ୍ରାରେ ମା’ ସନ୍ତୋଷୀ ଦେବୀଙ୍କ ପୀଠ ଠାରୁ ଶୁଭାରମ୍ଭ କରାଯାଇଥିଲା । ଏହି କଳସ ଯାତ୍ରା ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇ ବରମୁଣ୍ଡା ଗ୍ରାମ ପରିକ୍ରମା କରିଥିଲା । ୨୭ ତାରିଖରେ ଅଙ୍କୁରା ରୋପଣ, ୨୮ ତାରିଖରେ ଜଳଯାତ୍ରା, ମଣ୍ଡଳାଧୀବାସ, ଘଟସ୍ଥାପନ ଏବଂ ୨୯ ତାରିଖ ଗୁରୁବାର ଦିନ ସୂର୍ଯ୍ୟପୂଜା, ଗୋପୂଜା, ସର୍ବାଦେବାଦେବୀ ପୂଜା, ଦେବୀଙ୍କ ଷୋଡ଼ଶ ଉପଚାର, ଅଗ୍ନିସ୍ଥାପନ, ଚଣ୍ଡୀପାଠ, ଆହୂତି ଓ ପୂର୍ଣ୍ଣାହୂତି କରାଯାଇଥିଲା ।


ଏହି ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବରେ ୫୦ ନମ୍ବର ୱାର୍ଡର କର୍ପେର୍ାରେଟର ରାମଚନ୍ଦ୍ର ରଣସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରମୁଣ୍ଡାର ବରିଷ୍ଠ ନାଗରିକ ନାରାୟଣ ପ୍ରଧାନ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ତଥା ମା’ ସନ୍ତୋଷୀ ଦେବୀ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନା, ଦେବକାନ୍ତ ମହାପାତ୍ର, ମାଧବାନନ୍ଦ ବେହୁରା ଓ ତପନ କୁମାର, ସମାଜସେବୀ ନେହେରୁ ସେନାପତି, ବିଶ୍ୱରଞ୍ଜନ ସାହୁ, ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀ ନଗରର ତୁଳସୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଧେଶକ ଆଶା ମୁକୁଲ ବାରିକ ଓ ତାଙ୍କ ଦଳଙ୍କ ନିର୍ଦ୍ଧେଶନାରେ ଭଜନ ପରିବେଷଣ କରାଯାଇଥିଲା ।

ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଜ୍ୟୋତିପ୍ରକାଶ ମିଶ୍ର, ରତିକାନ୍ତ ତି୍ରପାଠୀ, ରଚନା ମିଶ୍ର ଓ ଅନିମେସ ଅନୁପମ ଭଜନ ପରିବେଷଣ କରିଥିଲେ । ଅକ୍ଟୋପ୍ୟାଡ଼ରେ ଅନିଲ କୁମାର ଓ ତବଲାରେ ସନ୍ଦୀପ ବାରିକ ସହଯୋଗ କରିଥିଲେ । ମା’ ସନ୍ତୋଷୀ ଦେବୀଙ୍କ ପୂଜକ ଆଦିତ୍ୟ କୁମାର ସ୍ୱାଇଁ, ସୁଦର୍ଶନ ବାରିକ, ସୁରେନ୍ଦ୍ର କୁମାର ବିଶ୍ୱାଳ, ହାୱା ସ୍ୱାଇଁ, ସରୋଜ କୁମାର ସାହୁ, ସଞ୍ଜୀବ କୁମାର ବିଶ୍ୱାଳ, ସତ୍ୟଭାମା ସ୍ୱାଇଁଙ୍କ ଦ୍ୱାରା ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ଭକ୍ତମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *