ଭୁବନେଶ୍ୱର,୧୫/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ଭଞ୍ଜକଳା ମଣ୍ଡପରେ କିମ୍ବଦନ୍ତୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କୁମାର କରଙ୍କ ନିର୍ମିତ ଓ ରଚିତ ବିଭିନ୍ନ ସଙ୍ଗୀତକୁ ନେଇ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଭଞ୍ଜକଳା ମଣ୍ଡପରେ କିମ୍ବଦନ୍ତୀ ସଙ୍ଗୀତଜ୍ଞମାନଙ୍କର ସଙ୍ଗୀତକୁ ନେଇ ଆୟୋଜିତ ହେଉଥିବା ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଆସନ୍ତା ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।