ରାଜହଂସରେ ରଜ ମହୋତ୍ସବ 

କଟକ ସଦର,୧୫/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ରାଜହଂସ ଠାରେ କୃଷିଭିତ୍ତିକ ଗଣପର୍ବ ରଜ ପର୍ଵ ମହାସମାରୋହରେ ପାଳିତ ହେଉଛି। ଏହାକୁ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଉଦଘାଟନ କରିଥିବା ବେଳେ କନ୍ଦରପୁର ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ଅତିଥି ଭାବେ ଯୋଗଦେଇ ଥିଲେ।

ଏହି ଅବସରରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଡାକ୍ତର ଦେବଦତ୍ତ ନନ୍ଦ, ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, ସମାଜସେବୀ ସୂଦର୍ଶନ ଜେନା, ସାମ୍ବାଦିକ ବିଷ୍ଣୁ ବେହେରା, ସରାଫତ୍ ଅଲ୍ଲୀ, ଦେବେନ୍ଦ୍ର ସେଠୀ ପ୍ରମୁଖ ଙ୍କୁ ଉତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ରାଜହଂସ ଗ୍ରାମବାସୀଙ୍କ ସମେତ ମା ମଙ୍ଗଳା କ୍ଲବ ର ସଦସ୍ୟ ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *