“ନୂଆ-ଓଡିଶା ଯୁବ-ଓଡିଶା ନବୀନ-ଓଡ଼ିଶା” ଜରିଆରେ ଖେଳକୁଦ କାର୍ୟ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର ୦୯/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)-ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ବିଭାଗର ଛାତ୍ର ଓ ଛାତ୍ରୀ ମାନଙ୍କ ଶହେ ମିଟର ଓ ଦୁଇ ଶହ ମିଟର ଦୌଡ ଏବଂ କେବଳ ଛାତ୍ର ମାନଙ୍କର ଜାଭେଲିନ୍ ଫିଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ଗୁଡିକ ସ୍ଥାନୀୟ ମହାବିଦ୍ୟାଳୟର ଖେଳ ପଡିଆ ରେ ଅନୁଷ୍ଠିତ ହୋଇଛି।ଏହା ଓଡ଼ିଶା ସରକାରଙ୍କ ପ୍ରୟୋଜିତ “ନୂଆ-ଓଡିଶା ଯୁବ-ଓଡିଶା ନବୀନ-ଓଡ଼ିଶା ” କାର୍ୟ୍ୟକ୍ରମ ଅନ୍ତର୍ଗତ ଖେଳକୁଦ କାର୍ୟ୍ୟକ୍ରମ ଓ ଏହା ଗତ ଆଠ ତାରିଖରୁ ଆରମ୍ଭ ହୋଇଛି ଯାହାକି ଆସନ୍ତା କୋଡିଏ ତାରିଖ ଯାଏ ଚାଲିବ। ଆଜିର ଏହି ଯୋଗିତାରେ ବହୂତ ପ୍ରତିଯୋଗି ଭାଗନେଇ ଥିଲା ବେଳେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଖେଳ ବରିଷ୍ଠ ଅଧ୍ୟାପକ ଡ.ଜଗନ୍ନାଥ ରଥ ଓ ପୂର୍ବତନ ଖେଳ ପ୍ରଶିକ୍ଷକ ଶ୍ରୀ ଦୁଖିଶ୍ୟାମ ଦାସ ପରିଚାଳନା କରିଥିଲେ ଏବଂ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ସହଯୋଗ କରିଥିଲେ। ଏହା ବ୍ୟତୀତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ଗିରିଜା କୁମାର ଚୌଧୁରୀ, ଅଧ୍ୟାପକ ଯଶୋବନ୍ତ ଗରଡା, ତାରେଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, କାହ୍ନୁ ଚରଣ ବିଶୋୟୀ, ଲକ୍ଷ୍ମୀକାନ୍ତ ଟାକ୍ରୀ ,ଟଙ୍କଧର ନାଏକ, ଲାଲୁ ହରିଜନ ଓ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ, ହେଲେନା ପ୍ରିୟଦର୍ଶିନୀ ସିଂ, ମୌତସୀ ପ୍ରଧାନ ଏବଂ ବୈଶାଖୀ ଦୀପ୍ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *