ଅହମ୍ମଦାବାଦ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ

 – ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ

ଭୁବନେଶ୍ୱର,୧୨/୦୬/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଅହମ୍ମଦାବାଦ ଠାରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଖବର ଶୁଣି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ସହଧର୍ମିଣୀ ତଥା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତ୍ତାରେ ଶ୍ରୀ ସିଂହଦେଓ କହିଛନ୍ତି,  “ଅହମ୍ମଦାବାଦର ମେଘାନୀ ନଗରରେ ଘଟିଥିବା ଦୁଃଖଦ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ। ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଭାରତୀୟଙ୍କ ସହ ଅନ୍ୟ ଦେଶର ନାଗରିକ ମଧ୍ୟ ଏଥିରେ ଯାତ୍ରା କରୁଥିଲେ ।ଏଥିରେ ଏତେ ଭୟଙ୍କର ଭାବରେ ମୂଲ୍ୟବାନ ଜୀବନ ହରାଇବା ପ୍ରକୃତରେ ହୃଦୟ ବିଦାରକ।

ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ଆହତ ଯାତ୍ରୀଙ୍କ ଉଦ୍ଧାର ଏବଂ ଆଶୁ ଆରୋଗ୍ୟ କାମନା କରୁଛି । ଏହି କଷ୍ଟକର ସମୟକୁ ମୁକାବିଲା କରିବା ପାଇଁ ଭଗବାନ ସେମାନଙ୍କ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।”

-0-

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *