ସୋମବାର ନନ୍ଦନକାନନ ଖୋଲା ରହିବ

ବାରଙ୍ଗ / ଭୁବନେଶ୍ୱର,୧୨/୦୬/୨୦୨୫(ଓଡ଼ିଶା ସମାଚାର)- ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରଜମହୋତ୍ସବ ପାଇଁ ସୋମବାର ଦିନ ଖୋଲାରହିବ ।

ସୂଚନା ମୁତାବକ ୧୪ ତାରିଖ ଶନିବାର ଦିନ ଠାରୁ ରଜ ଆରମ୍ଭ ହୋ ସୋମବାରଦିନ  ପର୍ଯ୍ୟନ୍ତ  ରଜମହୋତ୍ସବ ପାଳନ କରା ଯାଉଛି । ପ୍ରତେକ ସୋମବାର ନନ୍ଦନକାନନପ୍ରଣୀ ଉଦ୍ୟାନ ବନ୍ଦ ରହୁଥିବା ବେଳେ ରଜ ମହୋତ୍ସବ ପାଇଁ ସୋମବାର ଦିନ ଟି ଖୋଲା ରହିବ । ତା  ପର ଦିନ ଅର୍ଥାଥ ୧୭ ତାରିଖ ମଙ୍ଗଳବାର ଦିନ ବନ୍ଦରହିବ ।

କୌଣସି ପର୍ବ ପର୍ବାଣି ଯେପରି ବଡ଼ ଦିନ ନୂଆ ବର୍ଷ ଦଶହରା ରଜ ଭଳି ଦିନରେ ସୋମବାର ଦିନ ଖୋଲା ରହି ତା ପର ଦିନଟି ବନ୍ଦ ରଖାଯାଇଥାଏ  ବୋଲି  ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଧେଶକ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *