କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗସ୍ତ

ରାଉରକେଲା,୦୮/୦୬/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ରାଜ୍ୟ ସରକାରଙ୍କର ମାନ୍ୟବର ରାଜ୍ୟ କ୍ରୀଡା, ଉଚ୍ଚଶିକ୍ଷା  ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜି ରାଉରକେଲା ଗସ୍ତରେ ଆସି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ପାନପୋଷ ଗାନ୍ଧୀ ଛକରେ ପହଞ୍ଚିବା ମାତ୍ରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ତାଙ୍କୁ ସ୍ବାଗତ ଜଣାଇବା ସହିତ  ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ମନ୍ତ୍ରୀ ମହୋଦୟଙ୍କୁ ଏକ ବିରାଟ ବାଇକ୍ ଶୋଭଯାତ୍ରାରେ ରାଉରକେଲାର ବିଶ୍ରା ଛକ ନିକଟସ୍ଥ ବିଶ୍ରମୁଣ୍ଡା ଷ୍ଟାଡିୟମ୍ କୁ ନିଆଯାଇ ଥିଲା ।

ସେଠାରେ ଅନୁଷ୍ଟିତ ହେଉଥିବା ସିଏମ୍ ଟ୍ରଫି (ଅଣ୍ଡର-୧୫)  ୨୦୨୫ ଫୁଟ ବଲ ଖେଳର ଫାଇନାଲ ମ୍ୟାଚରେ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ । ସେ  ଖେଳାଳି ମାନଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ  ଏହି ମ୍ୟାଚ୍ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ସହିତ ଗ୍ରାମାଞ୍ଚଳ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ପ୍ରକୃତ ଟାଲେଣ୍ଟ ଖେଳାଳି ମାନଙ୍କୁ ଆକର୍ଷଣ କରି ପାରିଛି ଏବଂ ଏହା ଏକ ଆରମ୍ଭ ମାତ୍ର । ମାନବର ଝାରସୁଗୁଡ଼ା ବିଧାୟକ ତଥା ଫୁଟ ବଲ ଆସୋସିଏସନର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ  ତାଙ୍କ ବକ୍ତବ୍ୟରେ  ଏହା ଏକ ମ୍ୟାଚ କେବଳ ନୁହେଁ ଏହିଁ ସମାରୋହ ଏକ ସ୍ବପ୍ନ, ଶୃଂଖଳା ଓ ଆଶୀର୍ବାଦ ନିର୍ଧାରଣ କରିପାରିଛି ।

ବରଗଡ଼ ଫାଇନାଲ ମ୍ୟାଚରେ ବିଜୟୀ ହେବା ଆମ ଓଡ଼ିଶାର ଗ୍ରାମାଞ୍ଚରେ ପହଞ୍ଚି ପାରିଛି ଏହା ପ୍ରମାଣ କରି ପାରିଛି ଯେ ଭବିଷ୍ୟତରେ ଆଗକୁ ଓଡ଼ିଶା ଫୁଟବଲ ଖେଳାଳି ଦେଶକୁ ଉପସ୍ଥାପନା କରିପାରିବ । ବିଜୟୀ ଖେଳାଳିଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା । ଏହାପରେ ମନ୍ତ୍ରୀ ମହୋଦୟ  ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ଭେଟ ଘାଟକରିବା ପାଇଁ  ପହଞ୍ଚି ଥିଲେ । କାର୍ଯ୍ୟାଳୟରେ ପହଞ୍ଚିବା ମାତ୍ରେ ତାଙ୍କୁ ଜିଲ୍ଲା, ମଣ୍ଡଳ ଓ ବିଭିନ୍ନ ମୋର୍ଚ୍ଚା ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଥିଲା । ସେ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ବିବିଧ ସମସ୍ୟା ଶୁଣିଥିଲେ ।

ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରୁ ମନ୍ତ୍ରୀ ମହୋଦୟ ରାଉରକେଲା ହାଉସ ଯାଇ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ ଏବଂ ସେଠାରୁ ସେ ରାଉରକେଲା ଏୟାର ପୋର୍ଟ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ  ଉପସ୍ଥିତ ନେତୃ  ମଣ୍ଡଳୀ ଓ କର୍ମୀମାନେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ  ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା , ରଘୁନାଥ ପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ପ୍ରାକ୍ତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି , ରମେଶ ଅଗ୍ରୱାଲ, ଜସୱନ୍ତ ନାୟକ  ଏବଂ  ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ବହୁ କାର୍ଯ୍ୟକର୍ତ୍ତା, କର୍ମୀ ଆଦି ଉପସ୍ଥିତ ଥିଲେ। ଜିଲ୍ଲା ଓ ଜନତାଙ୍କ ତରଫରୁ  କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ରାଉରକେଲା ଗସ୍ତ  କରିଥିବାରୁ  ମନ୍ତ୍ରୀ ମୋହଦୟଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave a Reply

Your email address will not be published. Required fields are marked *