ନନ୍ଦନକାନନ ପ୍ରାଣୀ ଉଦ୍ୟାନ : ଧଳ। ବାଘୁଣୀ ମୌସୁମୀ ଜନ୍ମ ଦେଲା ୨ ଟି ଶାବକ , ମୋଟ ସଂଖ୍ୟା ୨୯କୁ ବୃଦ୍ଧି

ବରଙ୍ଗ,୦୮/୦୬/୨୦୨୫ (ଓଡ଼ିଶା ସମାଚାର)- ଶନିବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନୂଆ ଅତିଥି ଭାବେ ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ ନେଇଛନ୍ତି। ୨୮ ନମ୍ବର ବି ଖୁଆଡ ମଧ୍ୟରେ ରାତି ୯ଟା ୧୫ ମିନିଟ ପ୍ରଥମ ଓ ୧୧ଟା ୩ ମିନିଟରେ ୨ୟ ଶାବକ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଶାବକ ଦୁଇଟି ଧଳା ରଙ୍ଗର ମୌସୁମୀ ସହ ସାଧାରଣ ନାଲି ରଙ୍ଗର  ମହାବଳ ରାଜେଶ ମିଳନରୁ ଜନ୍ମ ନେଇଛନ୍ତି।  ଗତ ଫେବୃଆରୀ ୨୭ ଓ ୨୮ରେ ମୌସୁମୀର ରାଜେଶ ସହ ମିଳନ ହୋଇଥିଲା। ମୌସୁମୀ ଗତ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ସାଧାରଣ ନାଲି ରଙ୍ଗର ମହାବଳ ମନିଷ ଓ ଧଳା ରଙ୍ଗର ବାଘୁଣୀ ସ୍ନେହାଙ୍କ ମିଳନରୁ ଜନ୍ମ ନେଇ ଥିଲା।

ରାଜେଶ ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ସାଧାରଣ ରଙ୍ଗର ମହାବଳ ରୋସନ ଓ ଧଳା ରଙ୍ଗର ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ନେଇ ଥିଲା। ଶାବକ ଦୁଇଟି ଜନ୍ମ ନେବା ପରେ ମୋଟ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି। ବାଘ ମାନଙ୍କ ମଧ୍ୟରେ ଲିଙ୍ଗ ଚିହ୍ନଟ ହୋଇନଥିବା ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ଅଛନ୍ତି। ୬ଟି ଧଳା ବାଘଙ୍କ ମଧ୍ୟରେ ୩ଟି ମହାବଳ,୨ଟି ବାଘୁଣୀ ଓ ଗୋଟିଏ ଲିଙ୍ଗ ଚିହ୍ନଟ ହୋଇନଥିବା ଅଛନ୍ତି। ଏଥିସହିତ ୪ଟି ବିରଳ କଳାରଙ୍ଗର ବାଘଙ୍କ ମଧ୍ୟରେ ୩ଟି  ମହାବଳ ଓ ଗୋଟିଏ ବାଘୁଣୀ ଅଛନ୍ତି।

Leave a Reply

Your email address will not be published. Required fields are marked *