ମାହାଙ୍ଗା, ୦୮/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) – ଅବିଭକ୍ତ କଟକ ଜିଲ୍ଲାର “ଭୈରବ ପଡିଆ ଯାତ୍ରା କମିଟି” ଏକ ପୁରାତନ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଭାବେ କେନ୍ଦ୍ରାପଡା, ଯାଜପୁର ଏବଂ କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ବେଶ ସୁଖ୍ୟାତି ଅର୍ଜ୍ଜନ କରିପାରିଛି । ଏହି ଯାତ୍ରା କମିଟି ପକ୍ଷରୁ ପ୍ରତିବର୍ଷ ରାତି ରାତି ଧରି ବିଭିନ୍ନ ନାଟକ ପରିବେଷଣ ହୋଇଆସୁଛି । ଏହି ମଞ୍ଚରେ ବର୍ଷ ବର୍ଷ ଧରି ଶହଶହ ସାମାଜିକ, ଐତିହାସିକ, ପୌରାଣିକ ନାଟକ ପ୍ରଦର୍ଶିତ ହେବା ଫଳରେ, ଗ୍ରାମୀଣ ଜନତାଙ୍କ ମନୋରଞ୍ଜନ ସହିତ ସାମାଜିକ ଓ ବୌଦ୍ଧିକ ବିକାଶ ପାଇଁ ଆୟୋଜକ ମାନେ ଉଦ୍ୟମ କରିଆସୁଛନ୍ତି । ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ଭୈରବ ପଡିଆ ଠାରେ ଯାତ୍ରା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଏବଂ ଯାତ୍ରା ନାଟକ ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା ।
ସଂସ୍କୃତିପ୍ରେମୀ ଭାଗିରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାଧ୍ୟାପକ ଡକ୍ଟର ଜନାର୍ଦ୍ଦନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଯାତ୍ରା କମିଟିର ବର୍ଷିଆନ ସଭାପତି ସୁରେନ୍ଦ୍ର ନାଥ ରାଉତ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସର୍ବସମ୍ମତି କ୍ରମେ ଭୈରବ ପଡିଆ ଯାତ୍ରା କମିଟିର ନୂତନ ସଭାପତି ଚୟନ କରାଯାଇ ସମାଜସେବୀ ଶ୍ରୀକାନ୍ତ ରାଉତଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଥିଲା ।
ଏହି ଅବସରରେ ଧୋବି ପ୍ରଧାନ, ବଂଧୁ ରାଉତ, ବିଷ୍ଣୁଚରଣ ରାଉତ,ବୃନ୍ଦାବନ ରାଉତ,ବସନ୍ତ ସାମଲ, ନାଥ ପ୍ରଧାନ,ଗୁଣ୍ଡୁଚି ସେଠୀ, ଭାବଗ୍ରାହୀ ରାଉତ,ରଞ୍ଜନ ଦାସ, ସୁରେନ୍ଦ୍ର ଜଟ,ଅରକ୍ଷିତ ସେଠୀ, ଫକୀର ସେଠୀ,ଶ୍ରୁତିକାନ୍ତ ସେଠୀ,ନାରାୟଣ ସାମଲ, ଜଳଧର ରାଉତ,ନରେଶ ବେହେରା, ରଞ୍ଜନ ବେହେରା, କାହ୍ନୁ ସେଠୀ,ସୁରେଶ ପୃଷ୍ଟି, ନିରାକାର ପ୍ରଧାନ, ଅନନ୍ତ ରାଉତ,ରମେଶ ରାଉତ, ମିନା ବେହେରା, ବିଶ୍ୱନାଥ ଜଟ ପ୍ରମୁଖଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରଞ୍ଜନ ରାଉତ, ଉଦୟ ସେଠୀ,ପ୍ରଦୀପ ରାଉତ, ପ୍ରମୋଦ ରାଉତ,ପ୍ରକାଶ ରାଉତ, ମନୋଜ ପୃଷ୍ଟି,ଭୀମସେନ ରାଉତ, ସୂର୍ଯ୍ୟକାନ୍ତ ରାଉତ ଏବଂ ଖଗେଶ୍ୱର ରାଉତ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ ।