ଭୁବନେଶ୍ୱର,୨୦/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଏକାମ୍ର ହାଟରେ ସାତଦିନ ଧରି ଚାଲିଥିବା ୩୬ ତମ ପିକକ୍ ଶିଶୁମେଳା ଆଜି ଏକ ବର୍ଣାଜ୍ୟ ପରିବେଶରେ ଉଦଯାପିତ ହୋଇଥିଲା । ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳା ର ଏହି ଖୋଲାମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା । ଏକ ସୁସ୍ଥ ସମାଜ ଗଠଜ ପାଇଁ ପିଲାମାନଙ୍କର ଉପଯୁକ୍ତ ଲ ଜନପାଳନ ହେବା ଅତ୍ୟନ୍ତ ଅବଶ୍ୟକ । ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ସୁଜାଗରିକ ରୂପେ ଗଢି ତୋଳିବାପାଇଁ ସବୁ ସ୍ତରରେ ପ୍ରୟାସ ଜାରୀ ରହିବା ଉଚିତ୍ । ଏହା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଉଚିତ ବୋଲି ପିବକୁ ଶିଶୁମେଳା ର ଉଦଯାପନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତଦେଇଛନ୍ତି । ସାତଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।
ଆଜି ପିକକ୍ ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅଡିଅ ରୂପେ ଯୋଗଦେଇ ଜାତୀୟ ମାନବ ଅଧିକାର ଆୟୋଗର ସଦସ୍ୟ ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀକହିଲେ ଏକ ନ୍ୟାୟପୂର୍ଣ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଶିଶୁ ଅଧିକାରର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ ଗୁରୁଦ୍ୱାରୋପ କରିଥିଲେ । ପ୍ରତ୍ୟେକ ଶିଶୁଙ୍କୁ ଏକ ସୁରକ୍ଷିତ ଏବଂ ସୁସ୍ଥ ପରିବେଶ ଯୋଗାଇଦେବା ପାଇଁ ପରିବାର, ବିଦ୍ୟାଳୟ, ସମ୍ପ୍ରଦାୟ ଏବଂ ଅନୁଷ୍ଠାନଗୁଡ଼ିକ ମିଳିତ ଉଦ୍ୟମ କରିବା ଉଚିତ ଓ ପିଲାମାନେ ଜିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବା ପାଇଁ ନିରନ୍ତର ଚେଷ୍ଟା କରିବା ଉଚିତ । ଲଷ୍ଟର୍ନ ମିଡିଆ ପ୍ରାଇଭେଟ ଲିମିଟେଡର ଅଧକ୍ଷ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ପିଲାମାନଙ୍କୁ ନିଜର ପିତାମାତାଙ୍କ ପ୍ରତି କୃତଜ୍ଞ ରହିବା ସହିତ ମାତୃଭୂମି ଓ ମାତୃଭାଷା କୁ ସମ୍ମାନ ଦେବାପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କର ନଗର ଉନ୍ନୟନ ଏବଂ ନଗର ଗୁନ୍ଥ ନିର୍ମାଣ ବିଭାଗ ଏବଂ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ, ଶ୍ରୀମତୀ ଉଷା ପାଢ଼ୀ, ଆଇଏଏସ୍ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷା ବବିତା ପାତ୍ର ରାଜ୍ୟ ଶ୍ରମ ବିଭାଗର ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଆଇଏଏସ୍, ଅଲମ୍ପିୟାନ ଅନୁରାଧା ବିଶ୍ବାଳ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ନିଜ ସୁପ୍ନକୁ ସାକାର କରିବା ପାଇଁ ବୃହ ପରିଶ୍ରମ ସହିତ ନିଜ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ ।
ପିକକ୍ ଶିଶୁମେଳା କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିକ୍ସରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜଳ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ, ପିକକୁ ଅଧକ୍ଷା ଡଃ ମୀନାକ୍ଷୀ ପଣ୍ଡା ନିଜର ବକ୍ତବ୍ୟ ରଖୁଥିଲେ ଓ କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । ସତ୍ୟପ୍ରକାଶ ସେଠୀ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୫”, ପ୍ରତିକ୍ଷା ସ୍ବାଇଁ, ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୫, ପୂର୍ବୀ ପ୍ରତ୍ୟାଶା ମହାଲିଙ୍ଗ “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାଳ ୨୦୨୫”, ଅବଳା ଦାଶ ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୫”, ବିଦ୍ୟାନ ରାଉତ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୫”, ବିଜୟଲକ୍ଷ୍ମୀ ବେହେରା “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ ୨୦୨୫”, ବୈଷ୍ଣବୀ ପଢିଙ୍କୁ “ବେବି ଅଫ ହିଁ ଲୟର ୨୦୨୫” ରେ ସମ୍ମାନିତ କରଯାଇଥିଲା । ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରଯାଇଥିଲା ।
ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ବି. ଇସ୍ତାଦାର ମହାପାତ୍ର “ଅବଳୀ ବରାଳ ସ୍ମାରକୀ ସମ୍ମାନ ୨୦୨୫”,ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଭବାନୀ ତ୍ରିପାଠୀଙ୍କୁ “ସ୍ବରୂପ ଜେନା ସ୍ମାରକୀ ସମ୍ମାନ ୨୦୨୫”, ଶ୍ରୀଯୁକ୍ତ ଚାଗେନ୍ଦ୍ରନାଥ ପଟ୍ଟନାୟକଙ୍କୁ “ଶିଶୁସାଥ୍ ସମ୍ମାନ ୨୦୨୫”, ଶ୍ରୀଯୁକ୍ତ ଅଜିତ କୁମାର ମହାପାତ୍ରକୁ ଶିଶୁ ସୁରକ୍ଷା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୫” ରେ ସମ୍ମାନିତ କରଯାଇଥିଲା । ଏହି ଅବସରରେ ଆଧୁନିକ ନୃତ୍ୟର ନୃର୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ପରିଶେଷରେ ଅମୃତା ବିଦ୍ୟାଳୟମ, ଦଶାବତାର ନାଟ୍ୟଶାଳା, ତପସ୍ୟା ଡିଭୋସନ ଫର ଜ୍ୟାନ୍ସ ଟ୍ଵିଟି କିନ୍ତୁ, କୀର୍ତି ବେହେରା ଓ ଦଳ, ଲକ୍ଷ୍ୟ ତ୍ୟାନ୍ତ ଏକାଡେମୀ, ନୃତ୍ୟାଶୀ, ଦିବ୍ୟଜ୍ୟୋତି, କାପିଟାଲ ଭଚ୍ଚ ବିଦ୍ୟାଳୟ ସୌମ୍ୟ ଓ ଗୁପର ଶିଶୁ କଳାକାରମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପିକକ୍ଵ ର ରନ୍ଧା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅନ୍ତେଣା ବେହୁରା, ସୁମିତ୍ରା ମହାନ୍ତି, ଉପମା ମହାନ୍ତି, ପୂଜା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ | ମଞ୍ଚ ପରିଚାଳନା କରିଥିଲେ ଆରୁଷି ଅହିକା ଓ ହର୍ଶାଳି ଦୋରା।
ସାତଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଓ ଏଇଆଇଏନ ସହଯୋଗ କରିଥିଲେ । ଏଥି ସହିତ ରୋଟାରୀ କ୍ଲବ ଅଫ ଭୁବନେଶ୍ବର ୟୁନିକ, ଇନରହିଲ କ୍ଲନ ଭୁବନେଶ୍ବର, କାନାରା ବ୍ୟାଙ୍କ, ଲମ୍ଫା, ହର୍ବାଲ ହର୍ବେଜ, ନିଭାଇନ ଗ୍ରା, ସପ୍ତଗିରି ମେଳିସିନ ଷ୍ଟୋର, ପ୍ରିୟଦର୍ଶନୀ ତଥା ଅନ୍ୟାନ ବହୁ ସଂଗଠନ ଓ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ ।
