ଲକ୍ଷ୍ମୀପୁର ୦୨/୦୬/୨୫(ଓଡିଶା ସମାଚାର/ପ୍ରମୋଦ ଜେନା) -କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ପଞ୍ଚାୟତର ଆମ୍ବ ତଟା ଠାରେ ଆଜି ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଟିତ ହେଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ନନ୍ଦପୁର ବ୍ଲକ ରେ ଅନୁଷ୍ଟିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦଶମନ୍ତପୁର ବ୍ଲକ ର ଗାଦିଆ ଗୁଡା ପଞ୍ଚାୟତକୁ ସାମାଜିକ ସମୀକ୍ଷା ଆଦର୍ଶ ପଂଚାୟତ ଭବେ ଚୟନ କରାଯାଇ ଥିଲା।
ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ର ହିତାଧିକାରୀ ଜଗନ୍ନାଥ ଡଙ୍ଗରିଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଦେବାଶିଷ ଷଡ଼ଙ୍ଗୀ ଉପସ୍ଥିତ ରହି ଆଲେଚନା ରେ ଭାଗ ନେଇ ଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣା ବ୍ଲକ ସାମାଜିକ ସମୀକ୍ଷକ ଭାରତ ମାଣ୍ଡିଗି,ଗାଦିଆଗୁଡା ସରପଞ୍ଚ ଆନନ୍ଦ ନାୟକ,ସମିତି ସଭ୍ୟ ଅଭି ଜାନି,ଏ.ଡି.ଓ ଜି.ଜଗଦୀଶ, କନିଷ୍ଠ ଯନ୍ତ୍ରୀ ବିଶ୍ମିତା ନାୟକ,ଗୌତମ ଖୋସଲା,ଏ.ପି.ଓ ମସିଦାସ ଖୋସ୍ଲା,ନାୟକ ସରପଞ୍ଚ ରୀନା ନାୟକଙ୍କ ସମେତ ସମସ୍ତ ପଂଚାୟତ ବାସୀ ଉପସ୍ଥିତ ଥିଲେ ।
ପଂଚାୟତ ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ଆଲେଚନା କରାଯାଇ ଥିଲା। ଖାଦ୍ୟ ସୁରକ୍ଷା ରେ ମୃତ୍ୟୁ ବରଣ କରିଥିବା ହିତାଧିକାରୀ ମାନଙ୍କୁ ବାଦ ଦେଇ ନୂଆ ହିତାଧିକାରୀ ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ଦିଅ ଯାଇଥିଲା । ମନରେଗା ଯୋଜନାରେ ସାମୁହିକ କାର୍ଯ୍ୟ ରାସ୍ତା,ଜମି ମରାମତି,ଜଳ ସେଚନ ଆଦି କାମ ସଫଳ ହେବା ନେଇ ପଞ୍ଚାୟତ ବାସୀ ନିବେଦନ କରିଥିଲେ ।
