ଭାରତୀୟ ମଜଦୁର ସଂଘ ଲିଗାଲ ସେଲ ର ସମନ୍ୱୟ ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୦୧/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଭାରତୀୟ ମଜଦୂର ସଂଘ ଜିଲ୍ଲା ବିଦ୍ଧି ପ୍ରକୋଷ୍ଟ (ଲିଗାଲ ସେଲ )କଳାହାଣ୍ଡି ଆନୁକୂଲ୍ୟରେ ଏକ ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବାଳକୃଷ୍ଣ ଷଡ଼ଙ୍ଗୀ ରାଜ୍ୟ ସମ୍ପାଦକ ବି ଏମ ଏସ ରାଜ୍ୟ ଲିଗାଲ ସେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ରାଜ୍ୟ ଲିଗାଲ ସେଲ ସାଧାରଣ ସମ୍ପାଦକ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ରମାକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବି ଏମ ଏସ ଲିଗାଲ ସେଲ ରାଷ୍ଟ୍ର ହିତ, ଉଦ୍ୟୋଗ ହିତ, ଶ୍ରମିକ ହିତ ରେ କାମ କରିବ ବୋଲି ମତ ପ୍ରକାଶ କରିଥିଲେ ।

ଦ୍ୱତୀୟ ଅଧ୍ୟାୟ ରେ ବି ଏମ ଏସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଲିଗାଲ ସେଲ ସଭାପତି ପ୍ରଦୀପ କୁମାର ବିହାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମନ୍ୱୟ ସଭା ରେ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେଓ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କଳାହାଣ୍ଡି ବିଭାଗ ର ବିଭାଗ ସଂଘ ଚାଳକ ଜୟନାରାୟଣ ବାବୁ, ରାଷ୍ଟ୍ରୀୟ ସ୍ୱୟଂ ସେବକ ପଶ୍ଚିମ ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଅରୁଣ କୁମାର ନାଏକ, ବି ଯେ ପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପୂ ଓକିଲ ସଂଘ ସଭାପତି ଭବେନ୍ଦ୍ର କୁମାର ପଣ୍ଡା,ବି ଏମ ଏସ ରାଜ୍ୟ ପ୍ରଭାରୀ ଓଡିଶା ବିରଞ୍ଚି ନାରାୟଣ ପଣ୍ଡା, ଅଧିବକ୍ତା ପରିଷଦ ସଭାପତି ସନ୍ତୋଷ କୁମାର ମୁଣ୍ଡ, ରାଜ୍ୟ ବି ଏମ ଏସ ଲିଗାଲ ସେଲ ସାଧାରଣ ସମ୍ପାଦକ ରମାକାନ୍ତ ସାହୁ ଯୋଗଦାନ କରି ଜିଲ୍ଲା ଶ୍ରମିକ ଖଟିଖିଆ ଅଙ୍ଗନବାଡି ଆଶା ଦିଦି ଓ ଦରକାର ଥିବା ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ଲିଗାଲ ସେଲ କାମ କରୁ ବୋଲି ଅତିଥି ମାନେ ମାତବ୍ୟକ୍ତ କରିଥିଲେ ।

ତତ୍ ସହିତ ବ୍ଲକ ସ୍ତର ରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟର ଓକିଲ ମାନଙ୍କର ନାଯ୍ୟ ଦାବି ନିମନ୍ତେ ପ୍ରଚେଷ୍ଟା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନା ରେ ଓଡିଶା ର ଓକିଲ ପରିବାର ଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାର ଙ୍କ ପାଖରେ ଦାବି କରିଥିବା ରାଜ୍ୟ ସମ୍ପାଦକ ଶ୍ରୀ ସାହୁ ଜଣାଇଛନ୍ତି । ଏହି ସମନ୍ୱୟ ବୈଠକ ରେ ବି ଏମ ଏସ ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ନାଏକ, ସମ୍ପାଦକ ରାଧାକାନ୍ତ ବେହେରା, ଅଙ୍ଗନବାଡି ଲେଡ଼ିଜ ୱାରକାର ଏସୋସିଏସନ ର ନଳିନୀ ମଞ୍ଜରୀ ବାଗ, ସନ୍ତୋଷୀ ନାଏକ, ବି ଏମ ଏସ ଉପସଭାପତି ନବୀନ ଛତ୍ରୀୟା, କାର୍ୟ୍ୟକାରୀ ସଭାପତି ବି ଏମ ଏସ ସୁରେନ୍ଦ୍ର ମୋହନ କର, ନିର୍ମାଣ ଶ୍ରମିକ ସଂଘ ସଭାପତି ଭବାନୀ ରାଉତ, ଟ୍ରେଡ଼ ୟୁନିଅନ ନେତା ଚିନ୍ମୟ ବେହେରା, ନଗର ବି ଏମ ଏସ ସଭାପତି ଅଂଶୁମାନ ଜେନା, ଓକିଲ ଚିନ୍ମୟ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକ ରେ କଳାହାଣ୍ଡି ଜିଲ୍ଲା ବି ଏମ ଏସ ଲିଗାଲ ସେଲ କମିଟି ଗଠନ କରାଗଲା । ସଭାପତି ଭାବେ ପ୍ରଦୀପ କୁମାର ବିହାର, ଉପସଭାପତି ଯତୀନ କୁମାର ସାହୁ, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସହ ସମ୍ପାଦକ ଯୁଗଳ କିଶୋର ଦୀପ ଓ ଲିନା କୁନୱାର, କୋଷାଧ୍ୟକ୍ଷ ବଲବିର କୌର ଭୁର୍ଜି, କାର୍ୟ୍ୟକାରୀ ସଦସ୍ୟ ଭାବେ ମନୀନ୍ଦ୍ର ଭୂଷଣ ପାତ୍ର, ସୁଶୀଲ ରାଉତ, ସୌଦାମିନୀ ଦ୍ବିବେଦୀ, ଲକ୍ଷ୍ମୀକାନ୍ତ ଖମାରି, ନରେଶ କୁମାର ସାହୁ ଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଅଣ ଓଡ଼ିଆ ଶ୍ରମିକ ଙ୍କୁ ଶସ୍ତା ରେ ଆଣି ବିଭିନ୍ନ ଜାଗା ରେ କର୍ମ ସଂସ୍ଥାନ କରାଇ ସ୍ଥାନୀୟ ଶ୍ରମିକ ଙ୍କୁ ଉପେକ୍ଷା କୁ ଘୋର ବିରୋଧ କରାଯାଇ ଜିଲ୍ଲା ଶ୍ରମିକ ଙ୍କୁ କର୍ମନିଯୁକ୍ତି କରାଯିବା ପାଇଁ ମତ ପ୍ରକାଶ ପାଇଥିଲକ୍ଷ । ଉକ୍ତ ସମନ୍ୱୟ ବୈଠକ କୁ ଜିଲ୍ଲା ସମ୍ପାଦକ ହିମାଂଶୁ ଶେଖର ବରାଡ଼ ପରିଚାଳନା କରିଥିବା ବେଳେ ଉପସଭାପତି ଯତୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ ।

Leave a Reply

Your email address will not be published. Required fields are marked *