ଓୟୁଜେ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

କୋରାପୁଟ ୨୯/୦୫/୨୦୨୫ (ଓଡିଶା ସମାଚାର ) -ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ଙ୍କୁ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ଗୁରୁବାର ଦିନ ପ୍ରଦାନ କରାଯାଇଛି।

ବଲାଙ୍ଗୀର ଜିଲ୍ଲା ର କୁଲଥିପାଲି ଠାରେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ପ୍ରତି ହୋଇଥିବା ବର୍ବର ଆଚରଣ  ରାଜ୍ୟର ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା କିଭଳି ବିପନ୍ନ ହୋଇପଡିଛି ଏହା ହେଉଛି ତାହାର ଏକ ନଗ୍ନ ଚିତ୍ର। ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କିନ୍ତୁ ପଡୋଶୀ ରାଜ୍ୟ ଛତିଶଗଡ ଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ରାଜ୍ୟ ର ସର୍ବ ବୃହତ ଓ ପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ସାମ୍ବାଦିକ ୟୂନିଅନ୍ ଓ ଏହାର ସମସ୍ତ ଜିଲ୍ଲା ଶାଖା ରାଜ୍ୟ ବ୍ୟାପୀ ସାମ୍ବାଦିକଙ୍କ ନିରାପତ୍ତା ନେଇ ଉଦବିଗ୍ନ । ଗିରଫ ଅଭିଯୁକ୍ତ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ଏହି ସ୍ମାରକ ପତ୍ର ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି।

ରାଜ୍ୟ ସରକାର  ବର୍ଷ ପୁର୍ତ୍ତୀ ପାଳନ କରିବାକୁ  ଯାଉଥିବା ବେଳେ ଓୟୁଜେ ର ମୂଳ ଦାବି , ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ,୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିରହି ଥିବା ସାମ୍ବାଦିକ ଅଧିସ୍ବୀକୃତି କମିଟିର ପୁନର୍ଗଠନ ,ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି, ସ୍ଵାସ୍ଥ୍ୟ ବୀମା ରାଶି କୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି  ସହ ବୀମା ରେ ମାଁ ବାପାଙ୍କୁ ସାମିଲ୍ କରିବା ଆଦି   ନିଷ୍ପତ୍ତି  ଜୁନ ୧୨ତାରିଖ ପୂର୍ବରୁ ଘୋଷଣା କରିବାକୁ ଦାବି କରାଯାଇଛି।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, କୋରାପୁଟ ସଦର ସଂଯୋଜକ ସୈମ୍ୟରଞ୍ଜନ ସାହୁ,ମନୋଜ କୁମାର ନାୟକ,ସି ହେଚ ଭାଗବତୀ ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *