ମାହାଙ୍ଗାରେ ଶିକ୍ଷା ବିକାଶ କର୍ମଶାଳା ଓ ସମ୍ବର୍ଦ୍ଧନା ସମାରୋହ 

ମାହାଙ୍ଗା,୨୨/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଆଁପାଳ ସ୍ଥିତ ପ୍ରତିଭା ଭବନରେ ଶିକ୍ଷକ,ଛାତ୍ର, ଅଭିଭାବକ, ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଶିକ୍ଷା ବିକାଶ କର୍ମଶାଳା ଆୟୋଜିତ ହୋଇଯାଇଛି  ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନ କରିଥିଲେ । ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ମାଟ୍ରିକ ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସବୁ ସ୍ତରରୁ ଉଦ୍ୟମ କରାଯିବାକୁ ଆହ୍ୱାନ ଦେଇଥିଲେ  ।

ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ ଦେଇଥିଲେ । ମାହାଙ୍ଗା ବ୍ଲକ ଶିକ୍ଷାଧିକାରିଣୀ ମୋନାଲିସା ସରକାର, ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରିଣୀ ସଂଯୁକ୍ତା ମହାପାତ୍ର, ଏହି ଉତ୍ସବରେ ଅତିଥି ଭାବେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ  । ଉଭୟ ବ୍ଲକର ଏ ୧ଏବଂ ଏ ୨ ର ୧୦୦ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *