ଅସୀମା +୨ ଜିଲା ଟପ୍ପର

କେନ୍ଦ୍ରାପଡ଼ା, ୨୧/୦୫/୨୦୨୫(ଓଡ଼ିଶା ସମାଚାର)-  +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ମାର୍ଶାଘାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଛାତ୍ରୀ ଅସୀମା ଦାସ ମୋଟ ୫୭୨ମାର୍କ ଅର୍ଥାତ ୯୫.୩ପ୍ରତିଶତ ମାର୍କ ରଖି ଜିଲା ଟପ୍ପର ହୋଇଛନ୍ତି ।

ଅସୀମା ହେଉଛନ୍ତି ମାର୍ଶାଘାଇ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଦୀପକ କୁମାର ଦାସ ଓ ଅନ୍ନପୂର୍ଣ୍ଣା ଦାସଙ୍କ କନିଷ୍ଠା କନ୍ୟା । ଅସୀମା ମୁଳରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ମୋଟ ୫୮୭ ଅର୍ଥାତ ୯୭.୮୩ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ଅସୀମା ଭବିଷ୍ୟତରେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *