କେନ୍ଦ୍ରାପଡ଼ା, ୨୧/୦୫/୨୦୨୫(ଓଡ଼ିଶା ସମାଚାର)- +୨ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମଗ୍ରିକ ଭାବେ +୨ ପାସ ହାର ୯୪ପ୍ରତିଶତ ରହିଛି । ବିଦ୍ୟାଳୟର +୨କଳାରେ ମୋଟ ୩୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୮୧ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୯୩ଜଣ ପାସ କରିଛନ୍ତି । ୨୬ଜଣ ଫେଲ ହୋଇଥିବା ବେଳେ ମୋଟ ୩୫୨ଜଣ ପାସ କରିଛନ୍ତି ।
ବିଦ୍ୟାଳୟର କଳାରେ ପାସ ହାର ୯୨.୬୩ପ୍ରତିଶତ ହୋଇଛି । +୨ ବିଜ୍ଞାନରେ ବିଦ୍ୟାଳୟର ମୋଟ ୫୧୦ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୮୫ଜଣ, ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ଓ ତୃତୀୟ ଶ୍ରେଣୀରେ ୧୬ଜଣ ପାସ କରିଥିବା ବେଳେ ମୋଟ ୪୭୯ଜଣ ପାସ କରିଛନ୍ତି । ୨୬ଜଣ ପିଲା ଫେଲ ହୋଇଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ପାସହାର ୯୩.୯୨ପ୍ରତିଶତ ହୋଇଛି । ସେହିଭଳି +୨ ବାଣିଜ୍ୟରେ ମୋଟ ୩୫୩ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୨୩ଜଣ, ଦ୍ୱିତୀୟ ଶ୍ରେଣୀରେ ୫୦ଜଣ ଓ ତୃତୀୟ ଶ୍ରେଣୀରେ ୬୩ଜଣ ପାସ କରିଥିବା ବେଳେ ମୋଟ ୩୩୬ଜଣ ପାସ କରିଛନ୍ତି ।
୧୭ଜଣ ଫେଲ ହୋଇଥିବା ବେଳେ ବାଣିଜ୍ୟ ପାସହାର ୯୫.୧୮ପ୍ରତିଶତ ହୋଇଛି । ବିଦ୍ୟାଳୟର କଳାରେ ଲିପ୍ସା ମିଶ୍ର ମୋଟ ୫୫୦ମାର୍କ ଅର୍ଥାତ ୯୧.୬୬ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ସୋଫିଆ ଫିରଦୋସ ମୋଟ ୫୪୬ମାର୍କ ଅର୍ଥାତ ୯୧ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ସ୍ୱପ୍ନାରାଣୀ ନାୟକ ୫୪୩ ଅର୍ଥାତ ୯୦.୫ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ବିଜ୍ଞାନରେ ମନୀଷ ଲେଙ୍କା ୫୬୪ ଅର୍ଥାତ ୯୪ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ସ୍ୱତନ୍ତ୍ର ସଂଗ୍ରାମ ସ୍ୱାଇଁ ୫୬୩ ଅର୍ଥାତ ୯୩.୮୩ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ଆଫ୍ରିନ ସୁଲତାନା ୫୫୫ ଅର୍ଥାତ ୯୨.୫ପ୍ରତିଶତ ମାର୍କ ରଖି ତୃତୀୟ ହୋଇଛନ୍ତି । ସେହିଭଳି ବାଣିଜ୍ୟରେ ନିଲକମଳ ଦାସ ୫୬୭ ଅର୍ଥାତ ୯୪.୫ପ୍ରତିଶତ ମାର୍କ ରଖି ପ୍ରଥମ ହୋଇଥିବା ବେଳେ ଆଦିତ୍ୟ ବେହେରା ୫୬୦ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ବିକ୍ରମ ମଲ୍ଲିକ ଏବଂ ରଶ୍ମୀରଞ୍ଜନ ମହାନ୍ତି ମୋଟ ୫୫୪ ଅର୍ଥାତ ୯୨.୩୩ ପ୍ରତିଶତ ମାର୍କ ରଖି ଯୁଗ୍ମ ତୃତୀୟ ହୋଇଛନ୍ତି ।