ପ୍ରସ୍ତୁତ ହେବ  ସମାଜ କଲ୍ୟାଣ ବୋର୍ଡର ପୁନରୁଦ୍ଧାର ରୋଡ଼ମ୍ୟାପ

–        ସମାଜ କଲ୍ୟାଣ ବୋର୍ଡର ଗଠନ ଓ କାର୍ଯ୍ୟକଳାପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

–        ତୃଣମୂଳସ୍ତରରେ ଜନସଚେତନତା ସୁଦୃଢ କରିବାରେ ହେବ ସହାୟକ

ଭୁବନେଶ୍ୱର,୧୯/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ  ସମାଜ କଲ୍ୟାଣ ବୋର୍ଡର ଗଠନ ଓ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ସମାଜ କଲ୍ୟାଣ ବୋର୍ଡ ତୃଣମୂଳ ସ୍ତରରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକୁ ସଠିକ ଭାବରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୁପ୍ରତିଷ୍ଠିତ ଅଣସରକାରୀ ସଂଗଠନକୁ ସମାଜ କଲ୍ୟାଣ ବୋର୍ଡ ଦ୍ୱାରା ତାଲିକାଭୁକ୍ତ (empanelle) କରାଯାଇ ସେମାନଙ୍କ ମାଧ୍ୟମରେ ଗାଁ ଗାଁ ରେ ଜନସଚେତନତା ସୃଷ୍ଟି  କରାଯିବ ବୋଲି ସେ ଦୃଢ ମତ ରଖିଛନ୍ତି ।

ବୋର୍ଡକୁ କାର୍ଯ୍ୟ ପରିସରକୁ ଆହୁରି ବୃଦ୍ଧି କରିବା ନିମନ୍ତେ  ବାର୍ଷିକ କାର୍ଯ୍ୟାବଳୀ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି । ବୋର୍ଡର ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ ।

ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶିକ ମୋନିଶା ବାନାର୍ଜୀ ଓ ବିଭାଗୀୟ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

-0-

ତନୁଜା ମହାନ୍ତି ,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *