ବିକଶିତ ଭାରତ ପାଇଁ କାର୍ଯ୍ୟ କରିବାକୁ ହେବ: ରାଜ୍ୟପାଳ

କଟକ, ୧୬/୦୫/୨୦୨୫(ଓଡ଼ିଶା ସମାଚାର)- ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ବିକଶିତ କଟକ ତଥା ବିକଶିତ ଓଡ଼ିଶାର ସ୍ୱପ୍ନକୁ ପ୍ରଥମେ ପୂରଣ କରିବାକୁ ହେବ । ଭାରତ ବିକଶିତ ହେଲେ, କଟକ ଆପଣାଛାଏଁ ବିକଶିତ ହୋଇଯିବ । ସେଥିପାଇଁ ଅପେକ୍ଷା ନକରି କଟକକୁ ବିକଶିତ କରି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ଆସିବାକୁ ହେବ । ଏଥିପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟ କରିବା ସହ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଂଚାଇବାକୁ ପଡ଼ିବ ।

ଏଥି ନିମନ୍ତେ ପ୍ରଶାସନ ଓ ଜନପ୍ରତିନିଧି ହାତକୁ ହାତ ମିଶାଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି । ଆଜି ଦିନିକିଆ କଟକ ଗସ୍ତରେ ଆସି ରାଜ୍ୟପାଳ ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସ୍ଥିତି ଓ କାର୍ଯ୍ୟକାରିତା ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟଗୁଡ଼ିକର ଅଗ୍ରଗତି ସଂପର୍କରେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଉପଆୟୁକ୍ତ କମିଶନରେଟ ପୋଲିସ ରିଶିକେଶ ଖିଲାରୀ କଟକ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଅବଗତ କରାଇବା ସହ ସାଇବର ଅପରାଧ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଓ ୨୪ ଘଂଟିଆ ଟୋଲଫି୍ର ନମ୍ବର କାର୍ଯ୍ୟ କରୁଥିବା ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ ଜିଲ୍ଲାର ବିଭିନ୍ନ ଅଂଚଳରେ ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ନିୟନ୍ତ୍ରଣ କରାଯାଉଥିବା ବିଷୟ ଉଲ୍ଲେଖ କରିଥିଲେ ।

ଜିଲାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନକୃଷି, ମତ୍ସ୍ୟ ଏବଂ ପ୍ରାଣୀ ସଂପଦ, ମହିଳା ଏବଂ ଶିଶୁ ବିକାଶ, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଜିଲାପାଳ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଯଥା ଏସସିବି ମେଡ଼ିକାଲ କଲେଜ ହସପିଟାଲ, ଚଣ୍ଡୀମନ୍ଦିର, ସତ୍ୟଭାମାପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ, ତାରକସି ହଗ, ମହାନଦୀ ୱାଟର ଫନ୍ଟ ବିକାଶ ପ୍ରକଳ୍ପ ଆଦିର ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଦିଗରେ ବ୍ୟାଙ୍କ ମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ଲୋକମାନଙ୍କୁ ସଚେତନ କରିବାକୁ ରାଜ୍ୟପାଳ ନିର୍ଦ୍ଧେଶ ଦେଇଥିଲେ । କୃଷି କ୍ଷେତ୍ରର ଉନ୍ନତି ସହ କୃଷକମାନଙ୍କୁ ଚିହ୍ନଟ ଓ ସବସିଡ଼ି ପ୍ରଦାନ, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା, ସୁଭଦ୍ରା ଯୋଜନା, ମମତା ଯୋଜନା, ସହୀଦ ମାଧସିଂହ ହାତଖର୍ଚ୍ଚ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୁଦ୍ରା ଯୋଜନା ଓ ଲକ୍ଷ୍ୟପତି ଦିଦି ଭଳି କାର୍ଯ୍ୟକ୍ରମଗୁଡ଼ିକର ସୁଫଳ ଜନସାଧାରଣଙ୍କ ପ୍ରସାଦ ତରାଇ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଧୋଷ, ନିଆଳି ବିଧାୟକ ଛବି ମଲ୍ଲିକ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, ମାହାଙ୍ଗ ବିଧାୟକ ସାରଦା ପ୍ରସାଦ ପ୍ରଧାନ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, କେନ୍ଦ୍ରାଂଚଳ ରାଜ୍ୱସ ଆୟୁକ୍ତ ବି ପରମେଶ୍ୱରମ ପ୍ରମୁଖ ଉପସ୍ଥିତ ଥିଲେ ।

ଅପରାହ୍ନରେ ରାଜ୍ୟପାଳ ସ୍ୱତନ୍ତ୍ର ସରକିଟ ହାଇସ ଠାରେ ନାଗରିକ କମିଟି, ଶାନ୍ତି କମିଟି, ବାର ଆସୋସିଏସନ ସଦସ୍ୟ, ବିଶ୍ିଷ୍ଟ ବ୍ୟକ୍ତିବିଶେଷଙ୍କ ସହ କଟକ ସହରର ଉନ୍ନତିକରଣ ଓ ସାମଗ୍ରିକ ବିକାଶ କାର୍ଯ୍ୟ ସଂପର୍କରେ ଆଲୋଚନା କରି ସହରର ଉନ୍ନତିକରଣ କାର୍ଯ୍ୟ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ରାଜ୍ୟପାଳ ନୌବାଣିଜ୍ୟ ସଂଗ୍ରହାଳୟଠାରେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଏଥିସହ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ଅଧୀନରେ ଉପକୃତ ହୋଇଥିବା ହିତାଧିକାରୀ ବିଡ଼ାନାସୀ ଗୋପାଳ ସାହିତର ପୁଷ୍ପଲତା ଶାସମଲ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଉପକୃତ ହୋଇଥିବା ହିତାଧିକାରୀ ସାନମୁଣ୍ଡୁଳିର ମଇନା ସାହୁଙ୍କ ଗୃହ ପରିଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *