କଟକ ସଦର, ୧୩/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକ ବେସରକାରୀ ସ୍ୱେଛାସେଵୀ ସଂସ୍ଥା ପକ୍ଷରୁ କଟକ ସଦର ବ୍ଲକ କୃଷି ବିଭାଗ ଦ୍ୱାରା କିଶନନଗର ଠାରେ ସୋମବାର ସରକାରୀ ଛୁଟିଦିନରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି।
ଏଥିରେ ବ୍ଲକ୍ କୃଷି ଅଧିକାରିଣୀ ଜାଫନା ରାୟ ଯୋଗ ଦେଇ ଧାନ ପରବର୍ତ୍ତୀ ପଡ଼ିଆ ଜମିର ସୁ ବିନିଯୋଗ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରିଣୀ ମୋନାଲିସା ଜେନା,
ଦେବୀପ୍ରିୟା ମହାନ୍ତି, ଜିଲ୍ଲା ସଂଯୋଜକ ରଜନୀକାନ୍ତ ରଥ, ବ୍ଲକ୍ ସଂଯୋଜକ ଦୀପକ ମଣ୍ଡଳ,ଗ୍ରାମ କୃଷି ସେବକ ପ୍ରିୟବ୍ରତ ନାୟକ, କୃଷକ ସାଥି ଚିତ୍ତରଞ୍ଜନ ବେହେରା, ଅଶୋକ ସାମନ୍ତରାୟ,ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।
ହେଲେ ସଦର ବ୍ଲକ ‘ଆତ୍ମା’ସଭାପତି ରମା ପ୍ରସାଦ ବିଶ୍ୱାଳ ଏ ସଂପର୍କରେ କିଛି ଜାଣିନାହାନ୍ତି ଓ ମୋ ଅଗୋଚର ରେ ଏହା କରାଯାଇଥିବା କହିବା ସହିତ କାର୍ୟ୍ୟାନୁଷ୍ଠାନ ନିଆଯିଵ ବୋଲି କହିଛନ୍ତି ।
