ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର, ୦୩/୦୧/୨୦୨ ୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନ ରେ, ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରି ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ୨୬ ତାରିଖ ଦିନ ପ୍ରାତଃ ଘ ୪.୩୦ ମି ରେ ରାମଧୁନ ଗାନ,ସକାଳ ୬ ଘଟିକା ରେ ପ୍ରଭାତ ଫେରି, ସକାଳ ୭ ଘଟିକା ରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ଘ ୮.୩୦ ମି ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ପତାକା ଉତ୍ତୋଳନ କରାଯିବ। ପତାକା ଉତ୍ତୋଳନ ସମୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ। ଜାନୁଆରୀ ୨୨ ଓ ୨୩ ଅପରାହ୍ନ ୩ ଘଟିକା ଏବଂ ଜାନୁଆରୀ ୨୪ ତାରିଖ ଦିନ ସକାଳ ଘ୭.୩୦ ମି ସମୟରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଅଭ୍ୟାସ ପରେଡ୍ ଅନୁଷ୍ଠିତ ହେବ। ପରେଡ୍ ରେ ଜିଲ୍ଲା ର ପୋଲିସ ବାହିନୀ ଦ୍ଵାରା ବ୍ୟାଣ୍ଡ ବାଦ୍ୟ ପରିବେଷଣ କରାଯିବ। ପରେଡ୍ ରେ କେବଳ ଅଷ୍ଟମ ରୁ ଦଶମ ଶ୍ରେଣୀ ଏବଂ କଲେଜ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ବିଦ୍ୟାଳୟ ସ୍ତରରେ ପ୍ରଥମ ରୁ ତୃତୀୟ, ଚତୁର୍ଥ ଓ ପଞ୍ଚମ, ଷଷ୍ଠ ରୁ ଅଷ୍ଟମ, ତଥା ନବମ ଓ ଦଶମ ଏହିପରି ଚାରିଟି ବର୍ଗ ରେ ତଥା ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହେବ। ବ୍ଲକ୍ ଓ ପୋର ପରିଷଦ ମଧ୍ୟରେ ଏହି ପ୍ରତିଯୋଗିତା ତା ୧୭.୦୧.୨୦୨୪ ରିଖ ଦିନ ଓ ଜିଲ୍ଲା ସ୍ତରରେ ତା ୨୦.୦୧.୨୦୨୪ ରିଖ ଦିନ ଅନୁଷ୍ଠିତ ହେବ। ଏସ୍ ଭି ଏମ୍ କଲେଜ ର ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ଜଗତସିଂହପୁର, ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ର ବିଷୟ ପ୍ରଦାନ କରିବେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଶିଶୁ ଆଶ୍ରମ ର ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ରତିଯୋଗିତା ର ଆୟୋଜନ କରାଯିବା ସହିତ ସେମାନଙ୍କୁ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଦେଖିବାକୁ ଷ୍ଟାଡିୟମ୍ ନେବାର ବ୍ୟବସ୍ଥା କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଦାୟିତ୍ଵ ଦେଇଥିଲେ ଜିଲ୍ଲାପାଳ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନବଜାତକ କନ୍ୟା ସନ୍ତାନ ମାନଙ୍କୁ ସ୍ଵତନ୍ତ୍ର ପୁରସ୍କାର ସହିତ ସମ୍ବର୍ଦ୍ଧିତ କରାଯିବ। ପରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ରେ ପ୍ରତିଯୋଗିତା କରି ୪ ଗୋଟି ସାଂସ୍କୃତିକ ଦଳ କୁ ବାଛିବେ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ୟ୍ୟାଳୟ ଗୁଡିକ ଆଲୋକ ସଜ୍ଜା କରାଯିବ। ବିଭିନ୍ନ ବିଭାଗ ଓ ପାରାଦ୍ଵୀପ ର ପ୍ରମୁଖ ଶିଳ୍ପ ସଂସ୍ଥା ମାନଙ୍କ ଦ୍ଵାରା ପ୍ରଜ୍ଞାପନ ମେଢ଼ ପ୍ୟାରେଡ ସମୟରେ ପ୍ରଦର୍ଶିତ ହେବ। ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ଆରକ୍ଷୀ ଅଧୀକ୍ଷକ ନେବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଭିତର ଓ ବାହାର ଏବଂ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନିର୍ବାହୀ ଅଧିକାରୀ, ପୌର ପରିଷଦ କୁ ଦାୟିତ୍ୱ ପ୍ରଦାନ କରାଗଲା। ଜେଲ ର ଅନ୍ତେବାସୀ ଓ ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ଦିନ ଫଳ ବଣ୍ଟନ କରାଯିବ। ପ୍ୟାରେଡ ର ପୂର୍ବାଭ୍ୟାସ ଓ ସାଧାରଣତନ୍ତ୍ର ଦିବସ ଦିନ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ପୌର ପରିଷଦ ପକ୍ଷରୁ ସହରରେ ଲାଗିଥିବା ଏଲ୍ ଇ ଡି ମନିଟର ରେ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ର ସିଧାପ୍ରସାରଣ ପାଇଁ ପୌର ପରିଷଦ କୁ ନିର୍ଦ୍ଦେଶ ଦିଆଗଲା। ଶ୍ରେଷ୍ଠ ବୈଷୟିକ ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ଦେବା ପାଇଁ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଓ ଅଧ୍ୟକ୍ଷ ପାରାଦ୍ୱୀପ ଆ ଇ ଟି ଆ ଇ ଙ୍କୁ ଦାୟିତ୍ଵ ଦିଆଗଲା। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ ,ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସହରର ବରିଷ୍ଠ ବୁଦ୍ଧିଜୀବୀ ,ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ କାର୍ୟ୍ୟ ସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ ଓ ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *