ମହାନଦୀ ରୁ ଯୁବକ ର ମୃତଦେହ ଉଦ୍ଧାର, ହାତ୍ୟା ସନ୍ଦେହ

ସାଲେପୁର,୧୦/୦୫/୨୦୨୫(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସକାଳୁ ଗୁଆଳି ନିକଟରେ ମହାନଦୀ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ସାଲେପୁର ମାଛୁଆତି ରେ ରହୁଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ପୁଅ ଅମ୍ଲାନ ବୋଲି ଜଣାପଡିଛି । ଅମ୍ଲାନ ଦୈନିକ ସନ୍ଧ୍ୟା ରେ ଯୋଗ କରିବାକୁ ଆସିଥାନ୍ତି । ମାତ୍ର ଗତକାଲି ସେ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ଥିଲେ ।

ଆଜି ସକାଳୁ ଅମ୍ଲାନ ଙ୍କ ମୃତଦେହ ଗୁଆଳି ନିକଟରେ ମହାନଦୀ ତଟରେ ପଡ଼ିଥିବା ଖବର ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ କିଶନନଗର ଥାନା ଓ ସାଲେପୁର ଥାନା ପୋଲିସ ପହଁଞ୍ଚି ମୃତଦେହ ଓ ଏକ ବାଇକ ଜବତ କରି ତଦନ୍ତ ଚଳାଇ ଛନ୍ତି । ମୃତ ଯୁବକ ଙ୍କ ପ୍ରକୃତ ଘର ନିଶ୍ଚିନ୍ତକୋଇଲି ବ୍ଲକ ବୋଧଙ୍ଗ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *