ପି୍ରୟ ବାଘୁଣୀ ‘ସାରା’ ଆଖି ବୁଜିଲା

                                            ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକାକୁଳ ପରିବେଶ
ଭୁବନେଶ୍ୱର, ୨୭/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପି୍ରୟ ବାଘୁଣୀ ‘ସାରା’ ଆଜି ଭୋରରୁ ଆଖି ବୁଜିଛି । ସମଗ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପି୍ରୟ ବଣୁଆ ବାଘୁଣୀ ‘ସାରା’ର ମୃତୁ୍ୟ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଡ. ମନୋଜ ନାୟାର ପ୍ରକାଶ କରିଛନ୍ତି ।
ନନ୍ଦନକାନନ ବାଘ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ‘ସାରା’ ବାଘୁଣୀ ସୁପରିଚିତ ଥିଲା । ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ୨୦୦୬ ମସିହା ଅକ୍ଟୋବର ୧୮ ତାରିଖରେ ମାତ୍ର ୫ ବର୍ଷ ବୟସରେ ଉଦ୍ଧାର କରାଯାଇ ଭୋପାଳର ବନ ବିହାର ପ୍ରାଣୀ ଉଦ୍ୟାନରେ ‘ସାରା’କୁ ଲାଳନପାଳନ କରାଯାଇଥିଲା । ପ୍ରାଣୀ ବିନିମୟ କାର୍ୟ୍ୟକ୍ରମ ମାଧ୍ୟମରେ ୨୦୦୯ ମସିହା ଏପି୍ରଲ ୧୮ ତାରିଖରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲା ।
ବ୍ୟାଘ୍ର ସଂରକ୍ଷଣ ଓ ପ୍ରଜନନ କାର୍ୟ୍ୟକ୍ରମରେ ବାଘୁଣୀ ‘ସାରା’ର ଅବଦାନ ଥିଲା ଗୁରୁତ୍ୱପୂର୍ଣ୍ଣ । ବାଘ “ଋଷି’’ ଓ ବାଘୁଣୀ ‘ସାରା’ଙ୍କ ଔରସରେ ଜାନୁଆରୀ ୧୩, ୨୦୧୨ରେ ଆଶା, ଅଙ୍କିତା ଏବଂ ଶୁଭଶ୍ରୀ ଜନ୍ମ ହୋଇଥିଲେ । ବ୍ୟାଘ୍ର ପ୍ରଜନନ ଦୃଢ଼ ହୋଇଥିଲା ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବ୍ୟାଘ୍ରର ବଂଶ ବୃଦ୍ଧି କରିବାରେ ‘ସାରା’ ଏକ ମୁଖ୍ୟ ଭୂମିକା ନେଇଥିଲା । ପରେ ଅନ୍ୟ ଏକ ପ୍ରାଣୀ ବିନିମୟ କାର୍ୟ୍ୟକ୍ରମ ଅଧୀନରେ ‘ଆଶା’କୁ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା ।
୨୦୨୪ ଫେବୃଆରୀ ୨୯ ତାରିଖରେ ‘ସାରା’ଙ୍କୁ ଠିଆ ହୋଇ ନପାରିବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ଓ ନିସ୍ତେଜ ଭାବେ ଦେଖିବାକୁ ମିଳିଥିଲା । ଆଣ୍ଟିବାୟୋଟିକ୍ ଓ ସପୋର୍ଟିଭ ଥେରାପିରେ ଚିକିତ୍ସା କରିବା ପରେ ‘ସାରା’ ୨୦୨୪ ମାର୍ଚ୍ଚ ୩ରେ ଠିଆ ହୋଇ ମାଂସ ଗ୍ରହଣ କରିଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ‘ସାରା’ କେବଳ ଆହାର ଏବଂ ଛୋଟ ଖୁଆଡ଼ ଅଞ୍ଚଳ ମଧ୍ୟରେ ଚଳାଚଳକୁ ସୀମିତ କରିଦେଇଥିଲା । ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖରେ ଉଭୟ ଜାନୁରେ ଡେକୁ୍ୟବିଟାଲ ଅଲସର ହୋଇଥିଲା ଏବଂ ନିରବଚ୍ଛିନ୍ନ ଭାବେ ତା’ର ଚିକିତ୍ସା କରାଯାଉଥିଲା । ଖାଦ୍ୟ ଗ୍ରହଣ କରିବା ସତ୍ତେ୍ୱ ସେ ଧୀରେ ଧୀରେ ଦୁର୍ବଳ ହୋଇଯାଇଥିଲା । ଜୁନ୍ ୨୬, ୨୦୨୪ରେ ‘ସାରା’ର ଶ୍ୱାସକି୍ରୟା ଦୁର୍ବଳ ସହିତ ପାଶ୍ୱର୍ ପ୍ରତିକି୍ରୟାରେ ଆକ୍ରାନ୍ତ ଥିବାର ଦେଖାଯାଇଥିଲା । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକମାନଙ୍କ ସମସ୍ତ ଉଦ୍ୟମ ସତ୍ତେ୍ୱ ସେ ଜୁନ୍ ୨୭ ଭୋର ୪ଟା ୪୨ ମିନିଟ୍‌ରେ ୧୮ ବର୍ଷ ଏକମାସ ବୟସରେ ‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା । ନନ୍ଦନକାନନର ପି୍ରୟ ବାଘୁଣୀ ‘ସାରା’ର ମୃତୁ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସମସ୍ତ ଅଧିକାରୀ ଓ କର୍ମଚାରୀ ଦୁଃଖ ପ୍ରକାଶ କରିଛନ୍ତି । ଭାରତରେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ‘ସାରା’ ବାଘୁଣୀର ଗୁରୁତ୍ୱପୂର୍ଣ୍ଣ ଅବଦାନ ସ୍ମରଣୀୟ ।

Leave a Reply

Your email address will not be published. Required fields are marked *