ଭୁବନେଶ୍ୱର,୦୮/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବରିଷ୍ଠ କଂଗ୍ରେସ ନେତା, ଚୌଦ୍ୱାର ମୁ୍ୟନିସିପାଲିଟି ୧ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର, ଜଣାଶୁଣା ସମାଜସେବୀ ତଥା ଚୌଦ୍ୱାର କଲେଜର ପୁରାତନ ଛାତ୍ର ସଂସଦର ଉପସଭାପତି କିଶୋର ସାମଲଙ୍କର ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଗତ କିିଛିଦିନ ଧରି ସେ ଅସୁସ୍ଥ ଥିଲେ । ମୃତୁ୍ୟଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁତ୍ର, ପରିବାରବର୍ଗ ଓ ଆତ୍ମୀୟ ସଜ୍ଜ୍ୱନ ଉପସ୍ଥିତ ଥିଲେ ।
ଶ୍ରୀ ସାମଲଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ
କରିଥିଲେ । ନଗର କଂଗ୍ରେସ ସଭାପତି ବିଜୟ ବେହେରା, ସମ୍ପାଦକ ହରିହର ପରିଡ଼ା, କଟକ ଜିଲା ଯୁବ କଂଗ୍ରେସ କର୍ମକର୍ତା ଜିନେଶ ଦାସ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଏକ ପଟୁଆରରେ ଚୌଦ୍ୱାର ଗ୍ରାମ ଓ ବଜାର ପରିକ୍ରମା କରାଯିବା ପରେ ଚାଟେଶ୍ୱର ଶ୍ମଶାନ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା ।
ଏକମାତ୍ର ପୁତ୍ର ଆନନ୍ଦ ସାମଲ ମୁଖାଗ୍ନି ଦେଇଥିଲେ । ଶ୍ରୀ ସାମଲ ଚୌଦ୍ୱାର ଅଂଚଳର ସମସ୍ତ ପ୍ରକାର ବିକାଶ କାର୍ଯ୍ୟକ୍ରମରେ ଓତପ୍ରୋତଃ ଭାବେ ଜଡ଼ିତ ରହିଥିଲେ ଏବଂ ବିଭିନ୍ନ ସମୟରେ ଅଂଚଳର ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସୁଥିଲେ । ଚୌଦ୍ୱାର ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପ୍ରତିଷ୍ଠା ଠାରୁ ଆରମ୍ଭ କରି ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗୀୟ ରାଜକିଶୋର ରାମଙ୍କ ପ୍ରତିମୂର୍ତି ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠା କରିବାରେ ସେ ସକ୍ରିୟ ସହଯୋଗ ସହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ବିବେକାନନ୍ଦ ଜେନା, ସମ୍ପାଦକ କେଶବ ଚନ୍ଦ୍ର ସାହୁ, ବରିଷ୍ଠ କର୍ମକର୍ତା ମୁରଲୀଧର ବେହୁରା, ସୌମିତ୍ର ସ୍ୱାଇଁ, ଝୁଲେନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ମହାପାତ୍ର, ବିଭୂତି ସାହୁ, କ୍ଷୀରୋଦ ବେହେରା, ବିଚିତ୍ରାନନ୍ଦ ସାହୁ, ଅଞ୍ଜନ ଜେନା, ଅକ୍ଷୟ ଭୂୟାଁ, ଶ୍ରୀନିବାସ ସାହୁ, ଅଜୟ ବଳ ପ୍ରମୁଖ ସ୍ୱର୍ଗତ ସାମଲଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
