ବରୀ ବ୍ଲକ ରେ ସଡ଼କ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ।

ଯାଜପୁର ,୦୩/୦୧/୨୦୨ ୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ ଅବସରରେ ବରୀ ବ୍ଲକ ରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା ନିମନ୍ତେ ମନୋରଞ୍ଜନ କାର୍ୟ୍ୟକ୍ରମ ସହ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ସ୍କାଉଟ ଛାତ୍ର, ସାଧାରଣ ନାଗରିକ, ବରୀ ଥାନା କର୍ମଚାରୀ ଓ ଅନୁସୁୟା ସାଂସ୍କୃତିକ ଅନୁଷ୍ଠାନ କଳାକାର ମାନେ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରି ସଡ଼କଦୁର୍ଘଟଣାର ଭୟଭୟତା ସମ୍ପର୍କରେ ଅବଗତ କରାଇବା ସହ ସଡ଼କ ସୁରକ୍ଷା ଜୀବନ ରକ୍ଷା ଏବଂ ପରିବାର ସୁରକ୍ଷା ନେଇ ସଚେତନ କରିଥିଲେ। ଉକ୍ତ କାର୍ୟ୍ୟକ୍ରମରେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନୀଳକଣ୍ଠ ପ୍ରଧାନ ଙ୍କ ତତ୍ବାବଧାନରେ ଟି. ଆଇ ରଜତ କୁମାର ଶତପଥୀ, କନିଷ୍ଠ ଏମ ଭି ଆଇ ପ୍ରଦୀପ୍ତ କିଶୋର ବେହେରା,ଏ ଟି ଏସ ଆଇ ରାଜେଶ ମଙ୍ଗରାଜ, କନଷ୍ଟେବଳ ବିଜନ ସେଠୀ ଏବଂ ଟି କିଶୋର କୁମାର ଯୋଗଦାନ କରିଥିଲେ। ଯମ ଓ ଚିତ୍ରଗୁପ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ଦ୍ଵାରା ସଚେତନ ନହୋଇ ଅକାଳରେ କିପରି ପରିବାର ଛାରଖାର ହୋଇଯାଉଛି ପ୍ରଦର୍ଶନ କରିଥିଲେ । ସେଥି ପାଇଁ ଟ୍ରାଫିକ ନିୟମ ଅନୁଯାୟୀ ସଡକରେ ଯାନ ଚଳାଇବାର ନିୟମ ବିଷୟ ରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *