ଜଗତସିଂହପୁର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଜି ଜିଲ୍ଲା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ନୂଆ-ଓ ଯୁବ ମହୋତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇ ଟି , ଇଲେକ୍ଟ୍ରୋନିକ୍ସ, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ, ଓଡିଶା ସରକାର, ଶ୍ରୀ ତୁଷାର କାନ୍ତି ବେହେରା ଯୁବ ମହୋତ୍ସବ ର ଶୁଭ ଉଦ୍ଘାଟନ କରିଥିଲେ। ନୂତନ ଓଡ଼ିଶାର ଯୁବପିଢ଼ି ଙ୍କୁ ଆଗକୁ ବଢିବା ପାଇଁ ଏହି ନିଆରା ଉତ୍ସବ ରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ବାଲିକୁଦା ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ପାରାଦ୍ଵୀପ ବିଧାୟକ ଶ୍ରୀ ସମ୍ବିତ୍ ରାଉତରାୟ,ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ସଭାପତି ଜିଲ୍ଲା ପରିଷଦ ଶ୍ରୀ ମନୋଜ କୁମାର ଭୋଇ, ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପ୍ରମୁଖ ଯୋଗଦେଇ ଯୁବପିଢ଼ି ଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ବିଭାଗରେ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରିଥିଲେ। ଯୁବ ସମାଜ ପାଇଁ ଉନ୍ମାଦନା ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରେରଣା ଦାୟୀ ବାର୍ତ୍ତା ସହିତ ନୁଆ ଓଡିଶା ଗଠନ ଦିଗରେ ଯୁବ ସମାଜର ବିକାଶ ଓ ଉନ୍ନତି ପାଇଁ 5ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କର ସ୍ଵତନ୍ତ୍ର ବାର୍ତ୍ତା ପରିବେଷଣ କରାଯାଇଥିଲା ଯେଉଁଥିରେ ସେ ଯୁବପିଢ଼ି ଙ୍କୁ ଏକ ନୂତନ ,ଉନ୍ନତ ଓଡିଶା ଗଢିବାକୁ ଚେଷ୍ଟିତ ହେବାପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷା, କ୍ରୀଡା, କଳା ଓ ସଙ୍ଗୀତ ସୁନାମ ଅର୍ଜନ କରିଥିବା ଜିଲ୍ଲା ର ଯୁବ ପ୍ରତିଭା ମାନଙ୍କୁ ଜିଲ୍ଲପାଳ ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ, ଭାରତୀୟ ପ୍ରଶାସନିକ ସେବା 2022 ରେ 38 ତମ ରାଙ୍କ ହାସଲ କରି ଆଇ ଏଫ୍ ଏସ୍ ସେବା ରେ ଯୋଗ ଦେଇଥିବା ନାଉଗାଁ ବ୍ଳକ ର ଶ୍ରୀ ଅନୁପ ଦାସ, ଆଇ ଆଇ ଟି,ବି ଏଚ୍ ୟୁ ରୁ ଶିକ୍ଷା ସମାପ୍ତ କରି ଆନ୍ତର୍ଜାତୀୟ କମ୍ପାନୀ ରେ କାର୍ଯ୍ୟରତ ତିର୍ତ୍ତୋଲ ବ୍ଲକ୍ ର ଶ୍ରୀ ରୁଦ୍ରାର୍ପିତ ପାତ୍ର,ଆନ୍ତର୍ଜାତୀୟ ସ୍ତରୀୟ ରଙ୍ଗୋଲି ପ୍ରତିଯୋଗିତାର 11 ନମ୍ବର ରାଙ୍କ ହାସଲ କରିଥିବା ରଘୁନାଥପୁବ୍ଲକ୍ ର ସୂର୍ଯ୍ୟ ପ୍ରକାଶ ନାୟକ, ଆନ୍ତର୍ଜାତୀୟ ଖୋ ଖୋ ରେ ସ୍ଵର୍ଣ୍ଣ ପଦକ ଧାରୀ ତିର୍ତୋଲ ବ୍ଲକ ର ସୁଶ୍ରୀ ସସ୍ମିତା ନାଥଶର୍ମା ଓ ଭଏସ ଅଫ ଓଡ଼ିଶା, ସିଜିନ-4 ର ବିଜେତା ରଘୁନାଥପୁର ବ୍ଲକ ର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା।ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯେଉଁଥିରେ ଥିଲା ଜିଲ୍ଲାସ୍ତରରେ ନୃତ୍ୟ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କ ନୃତ୍ୟ, ଇଭେଣ୍ଟ ମ୍ୟାନେଜ୍ ମେଣ୍ଟ ପ୍ରିଲ୍ୟୁଡ ଦ୍ଵାରା ଓଲିଉଡ ଗାୟିକା ଙ୍କ ସଙ୍ଗୀତ,ପ୍ରସିଦ୍ଧ ଓଲିଉଡ ଅଭିନେତା ଶ୍ରୀ କୁନା ତ୍ରିପାଠୀଙ୍କ ମଜାଳିଆ କଥା,ମାଲଖମ୍ବ,ମ୍ୟାଜିକ୍ ଶୋ,କମେଡି,ଜିଲ୍ଲାର ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଫ୍ୟାଶନ ଶୋ, ଫ୍ଲାସ ମୋବ ଇତ୍ୟାଦି, ଯାହାକୁ ଭରପୂର ଉପଭୋଗ କରିଥିଲେ ଉପସ୍ଥିତ ଯୁବପିଢ଼ି। ଏହି ଉତ୍ସବରେ ଜିଲ୍ଲା ର 67 ଟି ମହାବିଦ୍ୟାଳୟ ରୁ ଦଶ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ଵୀପ) ଶ୍ରୀ ନିରଞ୍ଜନ ବେହେରା ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ କର୍ମଚାରୀମାନେ ସଫଳତା ର ସହିତ ଏହି ନୂଆ-ଓ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।