ରୋଗୀର ଚିକିତ୍ସା ପାଇଁ ଦଶ ଲକ୍ଷ ଟଙ୍କା ସରକାରୀ ଅନୁଦାନ ପ୍ରଦାନ  କଲେ ଖୋର୍ଦ୍ଧା ଜିଲ୍ଲା ପାଳ 

ଭୁବନେଶ୍ୱର, ୧୭/୧୧/୨୦୨୩ (ଓଡ଼ିଶା ସମାଚାର)- ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମ ର ପଇଡ଼ ବିକି ପରିବାର ପ୍ରତିପୋଷଣ କରୁଥିବା ପ୍ରମୋଦ ଭୋଇ ଙ୍କ ଏକ ମାତ୍ର ପୁଅ ବିଶ୍ଵରଞ୍ଜନ ଏମିତି ଏକ ବିରଳ ରୋଗରେ ଆକ୍ରାନ୍ତ ଯାହା ସମ୍ପୂର୍ଣ୍ଣ ଠିକହେବା ଅସମ୍ଭବ । ଚିକତ୍ସା ହେଲେ କିଛିଟା ଉପସମ ମିଳିପାରିବ । ହେଲେ ଦରିଦ୍ରତା ର ସୀମାରେଖା ର ଯଥେଷ୍ଟ ତଳେଥିବା ପରିବାର କେମିତି ପୁଅ ର ଚିକତ୍ସା କରିବେ? ଏମିତି ଏକ ଦୁଃଖର ସମୟରେ ଖୋର୍ଦ୍ଧା ସରକାରୀ ଚିକିତ୍ସାଳୟ ରେ କାର୍ଯ୍ୟରତ ଡ଼କ୍ଟର ଶ୍ରୀ ରତିରଞ୍ଜନ ସ୍ୱାଇଁ  ଯିଏ ଓଡିଶା ର ଅଗ୍ରଣୀ ସାମାଜିକ ସେବା ସଂଗଠନ ବର୍ଣ୍ଣ ଟୁ ହେଲ୍ପ ଅଲ ର ଜଣେ ସକ୍ରିୟ ସଦସ୍ୟ ଖବରଟି ଜାଣିଲା ପରେ ଅନୁଷ୍ଠାନ କୁ ଅବଗତକରି ଥିଲେ । ପରେ ପ୍ରତିଷ୍ଠାତା  ପପକ ରଞ୍ଜନ ବାରିକ ଓ ସଭାପତି ଘନଶ୍ୟାମ ବେହେରା ଆଗ୍ରହ ପ୍ରକାଶକରି ସମ୍ପୂର୍ଣ୍ଣ ଦାୟିତ୍ୱ ନେବାକୁ ନିଷ୍ପତି କରିବା ସହ ସଂଗଠନର ସଦସ୍ୟ ବଳରାମ ସାହୁ ଓ ଅକ୍ଷୟ ବେହେରାଙ୍କ ଦାୟିତ୍ୱଦେଇ ପିଲାକୁ ଏକାଧିକଥର ଗାଡିଭଡ଼ା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ନେଇ ସମସ୍ୟା କୁ ଉପସ୍ଥାପନା କରିଥିଲେ । ଯାହାର ଫଳରେ   ଜିଲ୍ଲାପାଳ ପିଲାଟିର ଚିକତ୍ସା ପାଇଁ ୧00000( ଦଶ ଲକ୍ଷ ) ର ସହାୟତା ରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି ।  ଏତେବଡ ସହାୟତା ପାଇ ପରିବାର ସହ ଅଖାପାଖ ଅଂଚଳ ର ବୁଦ୍ଧିଜୀବୀ ମାନେ Born to help all କୁ ସାଧୁବାଦ ଜ୍ଞାପନ କରିଛନ୍ତି । ସୂଚନା ଥାଉକି ବିନା ସ୍ୱାର୍ଥରେ ଅନୁଷ୍ଠାନ ଟି ଦୁଃଖି, ବେସାହାରା, ରୋଗ ବ୍ୟାଧିରେ ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଛି କହିଲେ ଅତୃକ୍ତି ହେବନି।

Leave a Reply

Your email address will not be published. Required fields are marked *