ଓଡ଼ିଆ ସାହିତ୍ୟ ଏକାଡେମୀ ଓ ରୂପାୟନ ଅନୁଷ୍ଠାନ ର ମିଳିତ ସହଯୋଗ ରେ ବିଶ୍ୱ ଶ୍ରମିକ ଦିବସ

ଭୁବନେଶ୍ୱର, ୦୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ସାହିତ୍ୟ ଏକାଡେମୀ ଓ ରୂପାୟନ ଅନୁଷ୍ଠାନ ର ମିଳିତ ସହଯୋଗ ରେ ବିଶ୍ୱ ଶ୍ରମିକ ଦିବସ ଉତ୍କଳ ମଣି ବିଦ୍ୟା ମନ୍ଦିର ଶୈଳେଶ୍ରୀ ବିହାର ରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ କବିତା ବା ସାହିତ୍ୟ ମାଧ୍ୟ୍ୟମରେ ଶ୍ରମିକ ମାନଙ୍କ ପାଇଁ ଉତ୍ସର୍ଗୀ କୃତ କବିତା ପାଠ କରାଯାଇଥିଲା ।

ଶ୍ରମିକ ମାନଙ୍କ ଅଧିକାର ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।  ଏଥିରେ ସଭାପତିତ୍ୱ କରିଥିଲେ ରୂପାୟନ ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ସାଧୁ ଚରଣ ବେହେରା, ମୂଖ୍ୟ ବକ୍ତା ଭାବେ ପ୍ରଣବ ଛୋଟରାୟ, ସମ୍ମାନୀତ ଅତିଥି ଭାବେ ସୁଦର୍ଶନ ସାହୁ ଯୋଗ ଦେଇଥିଲେ ।

ଏହି ସଭା ରେ ୫୦ ଜଣ କବି, କବୟିତ୍ରୀ ଯୋଗଦାନ କରିଥିଲା ବେଳେ ସଭା ଆରମ୍ଭ ରେ ବିଶ୍ୱଭୂଷଣ ରଥ ଜଗନ୍ନାଥ ଙ୍କ ଭଜନ ପରିବେଷଣ କରିଥିଲେ ।  କବି ଦିଲ୍ଲୀପ ସେଠି, କବି ବଟକୃଷ୍ଣ ପଣ୍ଡା, କବି ରିତା ଅପରିଜିତା ମହାନ୍ତି, କବି ଅଞ୍ଜନା ସାହୁ, କବି ଆରଜୁ ବିବି, ଗୋଲାପ ସାହୁ, ସୁଶୀଲ କୁମାର କlସ୍ତା, ପ୍ରଶାନ୍ତ କୁମାର ସାହୁ, ଅନୁପମା ଦାସ, ପ୍ରିୟଦର୍ଶିନୀ ଦାସ, ରଶ୍ମି ରେଖା ସେଠି, ଶୀତେନ୍ଦ୍ର ବଳିୟାର ସିଂ ଉପସ୍ଥିତ ରହି କବିତା ତଥା ବକ୍ତବ୍ୟ ପ୍ରଦାନ କରି ଥିଲାବେଳେ  ସତ୍ୟ ଜିତ ମହତାବ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *